/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654232265.jpg)
World Bicycle Day
ଆଜି ଜୁନ ମାସ 3 ତାରିଖ, ଆଜିର ଦିନକୁ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଏ । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଛି । ସାଇକେଲ ଚଳାଇବା ଦ୍ୱାରା ନା କେବଳ ସ୍ୱାସ୍ଥ୍ୟ ଭଲ ରୁହେ ବରଂ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ ।
ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା । ଆମେରିକୀୟ ପ୍ରଫେସର ଲେସଜେକ ସିବିଲସ୍କି ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । କ୍ରମେ ତୁର୍କମେନିସ୍ତାନ ଓ ବିଶ୍ୱର ଅନ୍ୟ ୫୬ଟି ଦେଶରେ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା । ଆଜି ବିଶ୍ୱ ସାଇକେଲ ଦିବସ ଅବସରରେ ବିଶ୍ୱ ବ୍ୟାପୀ ସାଇକ୍ଲୋଥନ ଓ ବିଭିନ୍ନ ସଚେତନତା ଶିବିରର ଆୟୋଜନ କରାଯାଉଛି ।
ଏହିକ୍ରମରେ ରାଉରକେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଛି ସାଇକେଲ ଦିବସ । ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ କମିଶନର, ପାନପୋଷ ଉପ ଜିଲ୍ଲାପାଳ ଏବଂ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଏକାଠି ହୋଇ ସାଇକେଲ ଦିବସ ପାଳନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)