Advertisment

ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗରେ

ବ୍ରଜରାଜନଗରରେ କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଲୋକଙ୍କ ଆସ୍ଥା ଜିତିବାରେ କିଏ ହୋଇଛି ସଫଳ ? ରାଜ୍ୟର ଏହି ଚର୍ଚ୍ଚିତ ଓ ହଟ୍ ସିଟ୍‌ରେ ହୋଇଥିବା ଉପନିର୍ବାଚନର ଭୋଟ୍‌ ଗଣତି ଜାରି ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brajarajnagar Bypoll Results

Brajarajnagar Bypoll Results

ବ୍ରଜରାଜନଗରରେ କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଲୋକଙ୍କ ଆସ୍ଥା ଜିତିବାରେ କିଏ ହୋଇଛି ସଫଳ ? ରାଜ୍ୟର ଏହି ଚର୍ଚ୍ଚିତ ଓ ହଟ୍ ସିଟ୍‌ରେ ହୋଇଥିବା ଉପନିର୍ବାଚନର ଭୋଟ୍‌ ଗଣତି ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି। ଏହାପରେ ଖୋଲିବ ଇଭିଏମ୍।

Advertisment

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି। ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି। ପ୍ରତି ଗଣତି କେନ୍ଦ୍ରରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି। ଗଣତି ପାଇଁ ମୋଟ୍‌ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି।

ଏଥର ବିଜେପି-ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ରହିଛନ୍ତି।
ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୧୦,୨୪୮ ଭୋଟ୍‌ ମିଳିଥିବା ବେଳେ, ବିଜେପିକୁ ୨,୬୨୩  କଂଗ୍ରେସକୁ ୧,୬୯୯ ଭୋଟ୍ ମିଳିଛି। 

Advertisment

୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ବକ୍ସରେ ସିଲ୍‌ ହୋଇଥିବା ବେଳେ ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। ବିଜେଡିର ଅଳକା ମହାନ୍ତି ନିର୍ବାଚନ ଲଢ଼ି ଥିବାବେଳେ ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନିର୍ବାଚନ ଲଢ଼ିଛନ୍ତି।

Brajrajnagar Bypoll Brajrajnagar Bypoll Results
Advertisment
Advertisment