• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ପ୍ରେମ ପାଇଁ କାଳ ହେଲା ପରିବାର । ପୋଲିସ ସୁରକ୍ଷା ମାଗିଲେ ପ୍ରେମୀଯୁଗଳ । ଖାଲି ସୁରକ୍ଷା ମାଗିଲେ ତାହା ନୁହେଁ ବରଂ ପୋଲିସ ଏଇ ପ୍ରେମୀଯୁଗଳଙ୍କୁ ସୁରକ୍ଷା ବି ଦେଲା । ଏଇ ଘଟଣା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଆଉ ପଚାରିବେ ପ୍ରେମୀଯୁଗଳଙ୍କ କାହାକୁ ଡର ଥିଲା ?

 

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ଉଭୟଙ୍କୁ ନେଇ କେତେ କଣ ସ୍ୱପ୍ନ ଦେଖୁଥିଲେ । ଆଉ କେତେ ପ୍ରତିଶ୍ରୁତି ମଧ୍ୟ ଦିଆନିଆ ହୋଇଥିଲେ । କିନ୍ତୁ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁନଥିଲା ପରିବାର । ସେଇଥିପାଇଁ ବାହାରୁ ଆସିବା ପୂର୍ବରୁ ପୋଲିସର ସୁରକ୍ଷା ଲୋଡ଼ିଥିଲେ ପ୍ରେମୀଯୁଗଳ । ଆଉ ପୋଲିସ ବି ଏମାନଙ୍କୁ ସୁରକ୍ଷା ଦେଇଥିଲା । 

 

କଡ଼ା ସୁରକ୍ଷା ମଧ୍ୟରେ ଥାନାକୁ ଯାଇଥିଲେ ପ୍ରେମୀଯୁଗଳ । କାରଣ ସେମାନଙ୍କ ପ୍ରେମକୁ କୁଆଡ଼େ ସ୍ୱୀକାର କରୁନଥିଲେ ପରିବାର ଲୋକ । ସେଇଥିପାଇଁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଯୁବତୀ ଜଣକ ଓଡ଼ିଶାର ହୋଇଥିବା ବେଳେ ଯୁବକ ଜଣକ ଅଣଓଡ଼ିଆ ବୋଲି ଜଣାପଡ଼ିଛି । ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ବି ଝିଅ ଘର ଲୋକ ଏ ପ୍ରେମକୁ ସ୍ୱୀକାର କରୁନାହାନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି ।

 

କ୍ୟାମେରା ସାମ୍ନାରେ ଯୁବତୀଙ୍କ ବାପା ସିଧାସିଧା କହୁଛନ୍ତି ଉଭୟଙ୍କ ବିବାହ ନିଷ୍ପତ୍ତିକୁ ଆମେ କେବେ ବି ସମର୍ଥନ କରିବୁ ନାହିଁ । ତାସହ କହିଛନ୍ତି, ୬ ବର୍ଷ ତଳେ ଝିଅର ଆକାଉଣ୍ଟରୁ କାଳେ ୨ ଲକ୍ଷ ଟଙ୍କା ନେଇଥିଲେ ଏଇ ଯୁବକ ଜଣକ । ଆଉ ଏନେଇ ଖଣ୍ଡଗିରି ଥାନାରେ ମାମଲା ବି ହୋଇଥିଲା ।

ତେବେ ଆଜି ବେଙ୍ଗାଲୁରୁରୁ ଭୁବନେଶ୍ୱର ଏୟାରପୋର୍ଟରେ ଏମାନେ ପହଞ୍ଚିବା ପରେ ପୋଲିସକୁ କହିଥିଲେ ଆମେ ସାବାଳକ, ଆମେ ଉଭୟେ ଉଭୟଙ୍କୁ ଭଲ ପାଉଛୁ, ବିବାହ କରିବାକୁ ଚାହୁଁଛୁ । କିନ୍ତୁ ଝିଅର ବାପା ବିରୋଧ କରୁଛନ୍ତି । କିନ୍ତୁ ଏ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି ଯୁବକଙ୍କ ପରିବାର ଲୋକ ।

 

ସେ ଯାହା ବି ହେଉ । ଯଦି ଏମାନେ ସାବାଳକ ତେବେ ସେମାନଙ୍କ ପରିବାର କାହିଁକି ଏ ପ୍ରେମକୁ ସ୍ୱୀକାର କରୁନାହିଁ ? ଘଟଣା ପଛରେ ଆଉ କିଛି କାରଣ ରହିଛି କି ? ସେନଇ ସନ୍ଦେହ ବଢୁଥିବା ବେଳେ ପ୍ରେମୀଯୁଗଳ କିନ୍ତୁ କ୍ୟାମେରା ସାମ୍ନାରେ କିଛି କହିନାହାନ୍ତି । ଏବେ ପ୍ରେମୀଯୁଗଳ କଣ କରିବେ ତାହା ଉପରେ ନଜର ।