ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ ।
ବର୍ଷ ପରେ ବର୍ଷ ରାଜଧାନୀବାସୀ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି, ତା ପଛରେ ଉଭେଇ ଯାଉଥିବା ସବୁଜବଳୟ ବି ବହୁ ମାତ୍ରାରେ ଦାୟୀ । ଏଭଳି ସ୍ଥିତିରେ ଦଶଗୁଣ ବୃକ୍ଷରୋପଣ କରିବି କହି, ଦଶନ୍ଧି ଦଶନ୍ଧି ପୁରୁଣା ବୃକ୍ଷକୁ ନିଶ୍ଚିହ୍ନ କରିଦେବା କେତେ ଯୁକ୍ତିଯୁକ୍ତ?