ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ସ୍ୱାଇନ୍ ଫ୍ଲୁ ଲକ୍ଷଣ ଦେଖାଦେବା ପରେ ସେମାନଙ୍କର ନମୁନା ପରୀକ୍ଷଣ ପାଇଁ ଯାଇଥିଲା।
ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଏବଂ ଆଉ ଜଣେ ନୟାଗଡ଼ର। ଉଭୟ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।