ଓଡିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ।
ଛାତ୍ର ଜୀବନରେ ମୂଲ୍ୟବୋଧ ଏବଂ ନୈତିକତା ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି ।
ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯିବା ପରମ୍ପରା ରହିଛି
ଗୋଟିଏପଟେ ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି।
ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି।
ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।
ପୁଣି ସୋସିଆଲ୍ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍ରେ ଏହି ଭିଡିଓ ଅପ୍ଲୋଡ୍ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି।
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।
ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।
ଅପହରଣର ୩ ଦିନ ପରେ ଫିଲ୍ମଷ୍ଟାଇଲ୍ରେ ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ...ଅପହରଣ ଓ ଉଦ୍ଧାର କାହାଣୀକୁ ନେଇ ଚର୍ଚ୍ଚା...
ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।
ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...
୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ ।
ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।
କଟକ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିଲା ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି
ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା...ଜାଣନ୍ତୁ କେତେ...
୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।
ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଉଦ୍ଧାର କରିଛନ୍ତି ସ୍ୱାମୀ ।
୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।