Advertisment

ବ୍ରଜରାଜନଗର ଉପନିର୍ବାଚନ: ଆଜି ଭୋଟ୍‌ ଗଣତି, ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ

ପଶ୍ଚିମ ଓଡ଼ିଶାର ହଟ୍ ସିଟ୍। ବଡ଼ ନେତା, ହାଇପ୍ରୋଫାଇଲ୍ ଉପନିର୍ବାଚନ। କାହା ହାତକୁ ଯିବ କ୍ଷମତା ? ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍‌ ଗଣତି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ୍ ଗଣତି କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brajrajnagar Bypoll Counting of votes to begin today at 8 am

Brajrajnagar Bypoll Counting of votes to begin today at 8 am

ପଶ୍ଚିମ ଓଡ଼ିଶାର ହଟ୍ ସିଟ୍। ବଡ଼ ନେତା, ହାଇପ୍ରୋଫାଇଲ୍ ଉପନିର୍ବାଚନ। କାହା ହାତକୁ ଯିବ କ୍ଷମତା ? ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍‌ ଗଣତି। ଝାରସୁଗୁଡ଼ା ସରକାରୀ ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ ଇଭିଏମ୍ ଗଣତି କରାଯିବ। ଏଥିପାଇଁ ୧୪ ଟି ଟେବୁଲ କରାଯାଇଛି। 

Advertisment

ମୋଟ୍‌ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଗଣତି କେନ୍ଦ୍ରରେ ଜଣେ ଲେଖା‌ଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ପୁରା ଗଣତି ପ୍ରକ୍ରିୟାର ତଦାରଖ କରିବେ।  ଗଣତି ପାଇଁ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି। ପ୍ରତି ରାଉଣ୍ଡ ଗଣତି ଶେଷରେ ଫଳାଫଳ ଘୋଷଣା ହେବ। ଭୋଟ୍ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

ଗତ ମଙ୍ଗଳବାର ଦିନ ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ୨୭୯ଟି ବୁଥ୍‌ରେ ମତଦାନ ଶେଷ ହୋଇଥିଲା। ମତଦାନ ବେଳେ କୌଣସି ସ୍ଥାନରେ ସେମିତି କିଛି ବିଶେଷ ସମସ୍ୟା କି ଅପ୍ରୀତିକର ପରିସ୍ଥିତି ହୋଇନଥିବା ଦେଖିବାକୁ ମିଳିଥିଲା କେବଳ ୪ଟି ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିଲା । ସେସବୁକୁ ପରିବର୍ତ୍ତନ କରାଯାଇଥିଲା। ବ୍ରଜରାଜନଗର ଉପନିର୍ବାଚନରେ ୭୧.୯୦% ମତଦାନ ହୋଇଛି।

Advertisment

୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ବକ୍ସରେ ସିଲ୍‌ ହୋଇଥିବା ବେଳେ ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। ବିଜେଡିର ଅଳକା ମହାନ୍ତି ନିର୍ବାଚନ ଲଢ଼ି ଥିବାବେଳେ ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନିର୍ବାଚନ ଲଢ଼ିଛନ୍ତି।

Brajrajnagar Bypoll Brajrajnagar Bypoll Results
Advertisment
Advertisment