Advertisment

ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢ଼ିଲା ସୁନା ଓ ରୂପା ଦର

ଗତକାଲି କମିଥିଲା, ଆଜି ବଢ଼ିଲା ସୁନା ଦର

author-image
Prangyan Parimita
ଅଦ୍ୟତନ ହୋଇଛି
gold price

gold price

ଆଜି ଭାରତୀୟ ବଜାରରେ ସୁନା ଓ ରୂପାର ଦର ବୃଦ୍ଧି ପାଇଛି । ଗତକାଲି ତୁଳନାରେ ଆଜି ସାମାନ୍ୟ ବଢ଼ିଛି ସୁନା ଦର । ଆଜି ୧୦ ଗ୍ରାମ ସୁନା ମୂଲ୍ୟ ପିଛା ୧୦୦ ଟଙ୍କା ବଢ଼ିଛି । ଭୁବନେଶ୍ୱରରେ ଜିଏସଟି ସହିତ ୧୦ ଗ୍ରାମ ପିଛା ୨୩ କ୍ୟାରେଟ୍ ସୁନା ମୂଲ୍ୟ ୫୨, ୪୦୦ ଟଙ୍କାରେ ପହଞ୍ଚିଛି ।

Advertisment

ବିନା ଜିଏସଟିରେ ୨୩ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୪୦୦ ଟଙ୍କା ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯,୫୦୦ ଟଙ୍କାରେ ପହଞ୍ଚିଛି ।

ସେହିଭଳି ୨୦, ୧୮ ଏବଂ ୧୪-କ୍ୟାରେଟର ସୁନା ମୂଲ୍ୟ ଯଥାକ୍ରମେ ୪୪,୬୦୦, ୪୦,୪୦୦ ଏବଂ ୩୨,୦୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୧,୭୦୦ ଟଙ୍କାରେ ପହଞ୍ଚିଛି ।

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ କିଲୋଗ୍ରାମ ରୂପା ମୂଲ୍ୟ ଗତକାଲି ତୁଳନାରେ ୮୦୦ ଟଙ୍କା ବୃଦ୍ଧି ପାଇଛି । ଜିଏସଟି ସହିତ କିଲୋଗ୍ରାମ ପିଛା ରୂପା ମୂଲ୍ୟ ୬୩,୯୦୦ ଟଙ୍କାରେ ପହଞ୍ଚିଛି ।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୦୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୨୦(କ୍ୟାସ ୯୯୫) ଟଙ୍କା ରହିଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତେବେ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Silver Prices
Advertisment
Advertisment