• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ମାତିଲେ ସାଇବର ଠକ । BSNL ସିମର KYC କରିବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର ଅପରାଧୀ । ଏମିତି ଏକ ଠକାମୀର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ରମ୍ଭାର ଜଣେ ବ୍ୟବସାୟୀ ପି.ଇସେଶ୍ୱର ପୃଷ୍ଟି । ପ୍ରଥମେ ପି.ଇସେଶ୍ୱରଙ୍କୁ ତାଙ୍କ BSNL ନମ୍ବରକୁ KYC କରିବା ପାଇଁ ମେସେଜ ଆସିଥିଲା । ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ ।

ତାପରେ ଥରେ ୧ ଲକ୍ଷ ୩୫ ହଜାର ପୁଣି ଥରେ ୩ ହଜାର ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା । ତାପରେ ଇସେଶ୍ୱର ଜାଣିବା ପରେ ରମ୍ଭା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି । ରିପୋର୍ଟ ଅନୁଯାୟୀ, ଗୋଟିଏ ମାସରେ ରାଜଧାନୀରୁ ଏକ କୋଟିରୁ ଅଧିକ ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା । ସାଇବର କ୍ରାଇମ ହେଲପ ଡେସ୍କର ତଥ୍ୟ ଅନୁଯାୟୀ, ଗତ ଫେବ୍ରୁଆରୀ ମାସରେ ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା । ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଅଞ୍ଚଳରୁ ବେଶି ଆସୁଛି ସାଇବର ଠକେଇ କଲ ହେଲେ ଟଙ୍କା ଫେରସ୍ତ ଏବଂ ବ୍ଲକ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା ।