/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636631827.jpg)
Odisha HighCourt
ବିଧାୟକମାନଙ୍କ ପାଇଁ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଗଛକଟା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ସତ୍ୟପାଠ ମାଗିଲେ ହାଇକୋର୍ଟ । ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ବିଧାୟକ କ୍ୱାର୍ଟର୍ସ ପାଇଁ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା । କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି ।
ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ । ଦୁଇ ଦିନ ହେବ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)