ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି।
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ।