/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654568370.jpg)
India Vs SA T20 at Barabati: Offline ticket sales from Today; check rates, process
ଆଜିଠୁ ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚର ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେଉଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ୍ କିଣିପାରିବେ । ଏହି ବର୍ଗରେ ୮ ହଜାର ଟିକେଟ୍ ବିକ୍ରି ହେବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦ ଟାରୁ ମିଳିବ ଟିକେଟ୍ । ଏଥିପାଇଁ କାଉଣ୍ଟର କରାଯାଇଛି । ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ୍ ମିଳିବ । ଏହା ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୬ ହଜାର ୧୫୪ଟି ଟିକେଟ୍ ବିକ୍ରି ହେବ ।
ଆଗରୁ ଅନ୍ଲାଇନରେ ୫ ହଜାର ଟିକେଟ୍ ବିକ୍ରି ହୋଇଛି । ଗତକାଲି ଅଫ୍ଲାଇନ୍ର ପ୍ରଥମ ଟିକଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିଥିଲେ । ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ । ଏହି ଅବସରରେ ଓସିଏ ସମ୍ପାଦକ ସଂଜୟ ବେହେରା ଟିକେଟ୍ ବିକ୍ରି ପାଇଁ କରାଯାଇଥିବା ସୁବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।
ସୂଚନା ଅନୁସାରେ, ଆସନ୍ତା ୧୨ ତାରିଖରେ ବାରବାଟୀରେ ଇଣ୍ଡିଆ - ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ । ଏଥିପାଇଁ ଗତ ୧ ତାରିଖଠାରୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯାଇଥିବାବେଳେ । ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯାଇଛି ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)