• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛାତ୍ରଛାତ୍ରୀଙ୍କ ଭିତରେ ଧାର୍ମିକ ଚେତନା ସୃଷ୍ଟି କରିବାକୁ ସରକାରଙ୍କ ପ୍ରୟାସ । ସ୍କୁଲ ପରେ କଲେଜ୍‌ ପାଠ୍ୟକ୍ରମରେ ସାମିଲ ହେବ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତା । ଆଗାମୀ ଶିକ୍ଷାବର୍ଷରୁ ୧୩୬୦ଟି କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ ଭଗବଦ୍ ଗୀତାକୁ ଇଲେକ୍ଟିଭ୍‌ ବିଷୟ ଭାବେ ଚୟନ କରିପାରିବେ । ମଧ୍ୟପ୍ରଦେଶ ସରକାର ଖୁବ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ଅଧିକାରୀମାନେ କହିଛନ୍ତି ।

ଛାତ୍ର ଜୀବନରେ ମୂଲ୍ୟବୋଧ ଏବଂ ନୈତିକତା ବୃଦ୍ଧି ପାଇଁ ଏପରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି। ନୂତନ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଧୁନିକ ଶିକ୍ଷା ପାଇବା ସହିତ ସମୃଦ୍ଧ ଭାରତୀୟ ଇତିହାସ ଓ ପୁରାଣ ସମ୍ପର୍କରେ ଜାଣିବା ଉଚିତ୍ । ଗୀତା ଏବଂ ରାମାୟଣ କେବଳ ଧାର୍ମିକ ପୁସ୍ତକ ନୁହେଁ ବରଂ ଏଥିରୁ ଅନେକ ପ୍ରକାର ଶିକ୍ଷା ମିଳିଥାଏ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମହାବିଦ୍ୟାଳୟରେ ଭଗବତ୍‌ ଗୀତା ପଢ଼ାଯିବ । ଯୋଗ ଏବଂ ଧ୍ୟାନ ମାଧ୍ୟମରେ ଚାପର ମୁକାବିଲା କରିବା ପାଇଁ ଶକ୍ତି ମିଳିବ । ଏଥିପାଇଁ ଭଗବଦ୍ ଗୀତା ଶିକ୍ଷା ଦେବାକୁ ଯୋଜନା କରାଯାଉଛି । ଦ୍ୱିତୀୟ ବର୍ଷର ପାଠ୍ୟକ୍ରମରେ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରସଙ୍ଗରେ ଶିକ୍ଷା ଦିଆଯିବ ।

ପିଲା ଦିନୁ ମୁଁ ଗୀତା ପଢ଼େ

ଗୀତା ଏକ ଚମତ୍କାର ପୁସ୍ତକ । ପିଲାଦିନରୁ ଗୀତା ପଢ଼ୁଥିବା କହିଛନ୍ତି ଶିବରାଜ ସିଂ ଚୌହାନ । ଗୀତା ବାଣୀ ଅନୁସାରେ କାମ କର, ଫଳାଫଳ ବିଷୟରେ ଚିନ୍ତା କର ନାହିଁ । ଏହାକୁ ନିଶ୍ଚୟ କାମରେ ଲଗାଇବା ଉଚିତ । କାମ କରି ଫଳାଫଳ ବିଷୟରେ ଚିନ୍ତା ନକରିବାର ବାର୍ତ୍ତା ଦେଇଥାଏ ଗୀତା । ତେଣୁ ଗୀତା ଜ୍ଞାନକୁ ଗ୍ରହଣ କରି ନିରନ୍ତର ସକରାତ୍ମକତା ଚିନ୍ତାଧାରା ନେଇ ଜୀବନ ଗଢ଼ିବା ଉଚିତ୍ ।

ଗୁଜୁରାଟ ଏବଂ କର୍ଣ୍ଣାଟକ ପରି ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକରେ କଲେଜ ପାଠ୍ୟକ୍ରମର ଏକ ଅଂଶ ଭାବରେ ଭଗବଦ୍ ଗୀତା ପଢ଼ାଯିବ ବୋଲି ଘୋଷଣା କରାଯାଇଛି ।