Advertisment

‘ଜୋତା ପଲିସ୍ ଓ ଭିକ୍ଷା ମାଗି ଜରିମାନା ଦିଆଯିବ’

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Srimandir Project Row Petitioners Fined By Supreme Court Polish Shoes

Srimandir Project Row Petitioners Fined By Supreme Court Polish Shoes

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦାୟର ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲା ରଦ୍ଦ କରାଯାଇଛି। ମାମଲା ରଦ୍ଦ ସହ ଉଭୟ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଯାଇଛି। କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ଜୋତା ସଫା କରି ଭିକ୍ଷା ମାଗି ଟଙ୍କାଏ ଲେଖାଏ ଆଦାୟ କରି ଏହି ଅର୍ଥ ସଂଗ୍ରହ କରାଯିବ। ଏଥିରୁ ସଂଗୃହୀତ ୧ ଲକ୍ଷ ଟଙ୍କା ଜମା କରି ସୁପ୍ରିମକୋର୍ଟରେ ଦାଖଲ କରାଯିବ।  ମହାପ୍ରଭୁ ଜଗନ୍ନାଥଙ୍କର ହାତ ନାହିଁ। ସେ ଟଙ୍କା ଦେବେ କେମିତି। ତେଣୁ ତାଙ୍କ ପାଇଁ ଭକ୍ତମାନେ ଟଙ୍କା ଆଦାୟ କରିବେ ବୋଲି ଜଗନ୍ନାଥ ସେନାର ଆବାହକ କହିଛନ୍ତି।

Advertisment

ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ର୍ନିମାଣ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ। ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେ ଦର୍ଶାଇଥିଲେ। ନିର୍ମାଣ ଉପରେ ରୋକ ଲଗାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା। ଶେଷରେ ଦୁହେଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

Supreme Court Srimandir Project Row Srimandir Heritage Corridor Work
Advertisment
Advertisment