/odishatv-khabar/media/post_attachments/uploadimage/library/16_9/16_9_0/Tarang_HD_1654517420.jpg)
Tarang HD
ଦର୍ଶକଙ୍କ ପାଇଁ ଖୁସି ଖବର । ଖୁବ୍ଶୀଘ୍ର ଆସୁଛି ତରଙ୍ଗ HD । ଆପଣଙ୍କ ପ୍ରିୟ ଚ୍ୟାନେଲ ତରଙ୍ଗର HD ଭର୍ସନ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହା ଓଡ଼ିଶାର ପ୍ରଥମ ୨୪ x ୭ ମନୋରଂଜନ ଭିତ୍ତିକ ଚ୍ୟାନେଲ । ଦର୍ଶକ ମାନଙ୍କ ବିଶ୍ୱାସ ଓ ଭଲ ପାଇବା ଯୋଗୁ ଏହା ତାର ପ୍ରତିଦ୍ୱନ୍ଦ୍ୱୀ ମାନଙ୍କୁ ପଛରେ ପକାଇ ବହୁ ଆଗରେ ରହିଛି । ତରଙ୍ଗର HD ଭର୍ସନ ଦର୍ଶକଙ୍କୁ ଅଧିକ ମନୋରଂଜନ କରିବାରେ ସହାୟକ ହେବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।
#ଆସୁଛି_ତରଙ୍ଗର_HD_ଭର୍ସନ
ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଆପଣଙ୍କ ପ୍ରିୟ ଚ୍ୟାନେଲ ତରଙ୍ଗର HD ଭର୍ସନ । ଏହା ଓଡ଼ିଶାର ପ୍ରଥମ 24 X 7 ମନୋରଂଜନ ଚ୍ୟାନେଲ । ଦର୍ଶକଙ୍କ ବିଶ୍ୱାସ ଓ ଭଲ ପାଇବା ଯୋଗୁ ଏହା ତାର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବହୁ ଆଗରେ ରହିଛି । #TarangTV#Odisha#OTVpic.twitter.com/XQx6pOFZZA— ଓଟିଭି (@otvkhabar) June 6, 2022
ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରୁ ନୂଆ ଧାରା ବାହିକ ‘ଗୌରୀ’ର ପ୍ରସାରଣ ଆରମ୍ଭ ହେଉଛି । ଏଥିସହ ‘ବନ୍ଧନ ଏ ଜନ୍ମ ଜନ୍ମର’, ‘ଝିଅ ଆମର ନୂଆ ବୋହୂ’, ‘ସିନ୍ଦୁରର ଅଧିକାର’, ‘ତାରିଣୀ ଆଖିର ତାରା’ ଓ ‘ଆଶା’ ପ୍ରଭୃତି ଧାରା ବାହିକ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛି । ଏହାସହ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ନିର୍ମିତ ଅନେକ ନୂଆ ନୂଆ ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ମନୋରଞ୍ଜନର ବେଶ୍ ଖୋରାକ ଯୋଗାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)