/odishatv-khabar/media/post_attachments/uploadimage/library/16_9/16_9_0/Aircraft_1654526327.jpg)
Aircraft
ଢେଙ୍କାନାଳ ଜିଲ୍ଲା ବୀରାଶାଳ ଏୟାରଷ୍ଟ୍ରିପ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ । ପ୍ରଶିକ୍ଷଣ ବେଳେ ଖସିପଡ଼ିଛି ଟ୍ରେନିଂ ଏୟାରକ୍ରାଫ୍ଟ । ବିମାନଟି ପ୍ରାୟ ୧୫ ଫୁଟ ଉପରୁ ତଳକୁ ଖସିପଡିଥିବା ବେଳେ ଏଥିରେ ଟ୍ରେନିଂ ପାଇଲଟ୍ ଗୁରୁତର ହୋଇଛନ୍ତି । ଟ୍ରେନିଂ ପାଇଲଟ ଜଣଙ୍କ ମହାରାଷ୍ଟ୍ରର କିରଣ ମଲ୍ଲିକ ପ୍ରଶିକ୍ଷଣ ନେଉଥିବା ବେଳେ ଏହି ଅଘଟଣ ଘଟିଛି ।
ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ଯାହାର ମଡେଲ ହେଉଛି VT-EUW । ତେବେ କେଉଁ କାରଣରୁ ପ୍ଲେନ୍ କ୍ରାସ ହୋଇଛି ତାହା ଜଣାପଡିନାହିଁ । ଯାନ୍ତ୍ରିକ ତ୍ରୁଟି ଜନିତ କାରଣରୁ ଏପରି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ପ୍ରଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ବି ଟ୍ରେନି ଏୟାରକ୍ରାଫ୍ଟ ନେଇ ଉଡ଼ାଣ ଭରିଥିଲେ କିରଣ ମଲିକ । କିଛି ସମୟ ସେ ବିମାନକୁ ଉଡ଼ାଇବା ପରେ ଲ୍ୟାଣ୍ଡିଂ କରିବାକୁ ତଳକୁ ଆସିଥିଲେ । ହେଲେ ପ୍ରାୟ ୧୫ ଫୁଟ ଉପରୁ ସେ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବିମାନଟି ତଳେ ପଡ଼ି ଯାଇଥିଲା । ଏହା ଦେଖି ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ପହଞ୍ଚିଥିଲେ ସହାୟକ ଦଳ । ଆହତ ଟ୍ରେନି ପାଇଲଟ କିରଣ ମଲିକଙ୍କୁ ବିମାନ ମଧ୍ୟରୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନା ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)