Advertisment

ରଜ ମଉଜ ଓ ପିଠାପଣାର ଆସର

ଓଡିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ।

author-image
Pramod Behera
ଅଦ୍ୟତନ ହୋଇଛି
Raja Festival and Pitha

Raja Festival and Pitha

ଓଡିଆର ଗଣପର୍ବ ରଜ। ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ବାଡୁଅ ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି। ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଏ।

Advertisment

ଓଡିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି।

ପୋଡ଼ ପିଠା ଏକ ପାରମ୍ପରିକ ଓଡ଼ିଆ ପିଠା। ଏହା ଚାଉଳ ଚୁନା ଓ ଗୁଡ଼/ଚିନିରେ ତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରି କରାଯାଏ। ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ। ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।

Advertisment

ସାମଗ୍ରୀ:

  • ୫୦୦ଗ୍ରାମ ଚାଉଳ
  • ୪୦୦ ଗ୍ରାମ ଗୁଡ଼/ ଚିନି
  • ୨ ଚାମଚ ଘିଅ

ଏହା ସହିତ ଆବଶ୍ୟକ ପରିମାଣର ବିରି, କୋରା ନଡ଼ିଆ, ଛେନା, କାଜୁ, କିସ୍‌ମିସ୍‌, ଲୁଣ, ଅଳେଇଚ, ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରକୁ ଚୁଲିରେ ବସେଇ ପାଣିକୁ ଫୁଟାଯାଏ। ପରେ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ। ସେଥିରେ କାଜୁ, କିସ୍‌ମି୍‌ସ୍‌, ନଡିଆପାତି ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ର ରଖି ଅଜାଡ଼ି ଦିଆଯାଏ। ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ। ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଏ। ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ସଫା କରାଯାଏ। ପୋଡ ପିଠା ପ୍ରସ୍ତୁତ ହୋଇଯିବା ପରେ ଏହା କାଟି ଖିଆଯାଇଥାଏ।

ରଜରେ ଚକୁଳି ପିଠା ମଧ୍ୟ ତିଆରି କରାଯାଏ। ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିକୁ ମିଶେଇ ବହଳିଆ ଆଣ ତିଆରି କରାଯାଏ। ଏହା ପରେ ତାୱାକୁ ଚୁଲିରେ ବସେଇ ସେଥିରେ ଆଣକୁ ଢାଳି ଚକୁଳି ତିଆରି କରାଯାଏ।

Raja Parba
Advertisment
Advertisment