Advertisment

ଗରମରେ ସିଝୁଛି ପଶ୍ଚିମ ଓଡ଼ିଶା, ୪୦ଂ ଉପରେ ୧୧ ସହର

କଟକ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିଲା ।

author-image
Satyendu Shekher Mishra
undefined

heat wave

ଗରମରେ ସିଝୁଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା । ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର । ବଲାଙ୍ଗିର ୪୩ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ୪୩ ଡିଗ୍ରୀ, ସମ୍ବଲପୁର ୪୨ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ଟିଟିଲାଗଡ଼ ୪୧.୮ ଡିଗ୍ରୀ, ସୋନପୁର ୪୧.୨ ଡିଗ୍ରୀ, ହୀରାକୁଦ ୪୧.୧ ଡିଗ୍ରୀ, ବରଗଡ଼ ୪୧ ଡିଗ୍ରୀ, ଝାରସୁଗୁଡ଼ା ୪୦.୮ ଡିଗ୍ରୀ, ନୟାଗଡ଼ ୪୦ ଡିଗ୍ରୀ ରହିଥିଲା । ସେହିଭଳି କଟକ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିଲା ।

Advertisment

ଉପକୂଳ ତୁଳନାରେ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଦିନକ ପୂର୍ବରୁ ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସନ୍ଧ୍ୟାରେ ଗଜପତି ଜିଲ୍ଲା ମୋହନାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । କିଛି ସମୟ ଧରି ଘଡ଼ଘଡି ସହ ପ୍ରବଳ ପବନ ଓ ବର୍ଷା ହୋଇଥିଲା । ବଜାର ରାସ୍ତା ଓ ବ୍ଲକ ରାସ୍ତା ସମେତ ବନ ବିଭାଗ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ଥାନା ପରିସର ଓ କୋର୍ଟ ନିକଟରେ ବହୁ ଗଛ ଭାଙ୍ଗି ଯାଇଥିଲା।

ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡିବାରୁ ବିଦ୍ୟୁତ୍‌ ସେବା ବନ୍ଦ ରହବା ସହ କିଛି ସମୟ ଧରି ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ରାସ୍ତା ସମେତ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ।

Advertisment
Weather News Weather Forecast Heat Wave
Advertisment
Advertisment