/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654569792.jpg)
Agni-IV Missile Successfully Tested, Can Strike Targets 4,000 km Away
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା । ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି । ଏହି ଦୁଇ ଦେଶକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ରାତ୍ରକାଳୀନ ବ୍ୟାବହାରିକ ଉପଯୋଗୀ ପରୀକ୍ଷଣ ହୋଇଛି ।
ଗତକାଲି ରାତି ୭ଟା ୪୫ ମିନିଟରେ ଭଦ୍ରକର ଅବଦୁଲ କଲାମ ଆଇଲାଣ୍ଡରୁ ଏହାର ପରୀକ୍ଷଣ ହୋଇଥିଲା । ଆଣବିକ ଅସ୍ତ୍ର ବହନ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ ମିସାଇଲକୁ ଗୋଟିଏ ମୋବାଇଲ ଲଞ୍ଚରରୁ ପରୀକ୍ଷା କରାଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ କଠିନ ଇନ୍ଧନ ବ୍ୟବହାର ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ୩ ହଜାର ୫ଶହରୁ ୪ ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି ।
ସୂଚନା ଅନୁସାରେ, ଏହି ମିସାଇଲରେ ଏକ ଟନ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହାର ଲଞ୍ଚ ଟ୍ ୬ଟନ୍ ଥିବା ବେଳେ ଲମ୍ବ ୨୦ ମିଟର ଏବଂ ଓସାର ୧ ମିଟରରୁ ସାମାନ୍ୟ ଅଧିକ ରହିଛି । ଅଗ୍ନି-ଫୋର୍ର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସିବେ । ଗତକାଲି ଷ୍ଟ୍ରାଟେଜିକ୍ ଫୋର୍ସର କମାଣ୍ଡ୍ର ଯବାନମାନେ ଏହି ପରୀକ୍ଷଣ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)