Srimandir Parichalana Committee Meeting Will Be Held Today
ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ଏଥିରେ ଗଜପତି ମହାରାଜ ଅଧ୍ୟକ୍ଷତା କରିବେ । ଘୋଷଯାତ୍ରାର ନୀତି ନିର୍ଘଣ୍ଟ ଫୋକସ୍ରେ ରହିଛି । ଏହାସହ ମହାପ୍ରଭୁଙ୍କ ବିଶ୍ୱ ପ୍ରଶିଦ୍ଧ ସ୍ନାନଯାତ୍ରା ମଧ୍ୟ ପାଖେଇ ଆସୁଛି । ତେଣୁ ସ୍ନାନଯାତ୍ରା ସହ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ନୀତି ନିର୍ଘଣ୍ଟରେ ମୋହର ବାଜିବାର ସମ୍ଭାବନା ରହିଛି ।
ଆଜି ସକାଳ ସାଢ଼େ ୧୦ରେ ବୈଠକ ବସିବ । ବିଶେଷ କରି ସ୍ନାନଯାତ୍ରା ସଂପର୍କରରେ ଆଲୋଚନା କରାଯାଇ କିଛି ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ଥିବା କୁହାଯାଇଛି ।
ଅନ୍ୟପକ୍ଷେ,ରଥଖଳାରେ ରଥ ନିର୍ମାଣ ଜୋରସୋରରେ ଚାଲିଛି । ୩ ରଥର ଚକ ଡେରା ପରେ ଦିଗ ନିର୍ଣ୍ଣୟ ସରିଛି । ଏହା ପରେ ଚକଗୁଡ଼ିକ ଯେପରି ଗଡ଼ି ନଯାଏ ସେଥିପାଇଁ ତାକୁ ଦୁଇ ପଟୁ ବାନ୍ଧି ଦିଆଯାଇଛି । ଅଖ ତଳେ ମେଣ୍ଡି ବାଡ଼ଇା ଶେଷ ହୋଇଛି । ୩ଟି ରଥର ଦୁଇଟି ଲେଖାଏଁ ଗରଗରା ବିନ୍ଧ କାମ ସହରିତ ଢମକ ଚଉପଟ କାମ ସରିଛି । ସେପରି ରୂପକାରସେବକମାନେ ୩ ରଥର ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କାମ ଆରମ୍ଭ କରିଛନ୍ତି । ଓଝା ମହାରଣାମାନେ କମାର ଶାଳରେ ଭୂଇଁ କଣ୍ଟା, ଯୋଖା, ଚଣାକ, ବାଗିଆ, ଆଗ ପାତେଲି, ଚଉରସ କଣ୍ଟା ନିର୍ମାଣ କରୁଛନ୍ତି । ଏଥିରେ ୧୯୪ ସେବାୟତ ନିୟୋଜିତ ଅଛନ୍ତି ।
ତେବେ ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ନିର୍ଘଣ୍ଟ ନୀତିକାନ୍ତି ଅନୁସାରେ-ଜୁନ୍ ୧୪ ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇ ଡୋର ଲାଗି ଓ ପୁଷ୍ପାଞ୍ଜଳି ସରିବା ପରେ ଭୋର ୪ଟାରୁ ସ୍ନାନ ପହଣ୍ଡି ଆରମ୍ଭ ହେବ ବୋଲି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)