• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ । ଦିନ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଜଣେ ପରେ ଜଣେ ନେତା । ବିକ୍ରମ ଆରୁଖଙ୍କୁ ଛାଡି ବାଦ୍ ପଡିଥିବା ୧୦ ମନ୍ତ୍ରୀ ନବୀନ ନିବାସରେ ପହଚିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚାନ କରିଥିଲେ । ଗତକାଲି ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ପରେ ୨୧ ମନ୍ତ୍ରୀଙ୍କୁ ନବୀନ ଦେଇଥିଲେ ନୂଆ ଟିପସ୍ । ଆଉ ଆଜି ବିଦାୟୀ ମନ୍ତ୍ରୀଙ୍କ ସହ କିଛି ସମୟ ଆଲୋଚାନ କରିଥିଲେ ।

କାଳେ କିଏ ଅସନ୍ତୋଷ ଥିବ ଓ ଦୁଖ ପ୍ରକାଶ କରୁଥିବ ତାହା ଆଶଙ୍କା କରି ତାଳିପକା ଉଦ୍ୟମ କରାଯାଇଥିବା କୁହଯାଉଛି । ଗତ ୩ ବର୍ଷ ଧରି ମନ୍ତ୍ରୀମାନେ ତାଙ୍କ ବିଭାଗରେ ନେଇଥିବା ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା ବୈଠକରେ । ୨୦୨୪ରେ ବିଜେଡି କ୍ଷମତାକୁ ଫେରିବାକୁ ହେଲେ ଏବେଠୁ ନିଜ ନିଜ ଅଚଂଳରେ ଓ ଜିଲ୍ଲାରେ ସଙ୍ଗଠନକୁ ବ୍ୟାପକ ଭାବେ ସଶକ୍ତ କରିବାକୁ ହେବ । ତେଣୁ ଦଳର ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ତେବେ ଜଗତସିଂହପୁର ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି ବିଦାୟୀ ମନ୍ତ୍ରୀ ରଘୁନନ୍ଦନ ଦାସ । ସେପଟେ ବିଦାୟୀ ମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଭେଟି ଶୁଭେଛା ଜଣାଉଥିବା ଦେଖିବାକୁ ମିଳିଥିଲା । 

ମନ୍ତ୍ରୀ ପଦରୁ ବିଦା ହେବାପରେ ନିଜ ନିଜ ବିଭାଗରେ ୩ ବର୍ଷ ଭିତରେ କରିଥିବା ସଫଳତା ବଖାଣିଛନ୍ତି କିଛି ନେତା । ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ହେଉ କି ପଂଚାୟତିରାଜ ଅବା ନଗର ଉନ୍ନୟନ ବିଭାଗ । ନିଜ ନିଜ ବିଭାଗରେ କି କି ବିକାଶ କରିଛନ୍ତି ସେ କଥା ବଖାଣିଥିଲେ ବିଦାୟୀ ମନ୍ତ୍ରୀମାନେ । ତାହାଛଡା ସେମାନଙ୍କୁ ସଙ୍ଗଠନରେ ସାମିଲ କରିବାକୁ କୁହଯାଇଥିବା ବିଦାୟୀ ମନ୍ତ୍ରୀମାନେ ସୂଚାନ ଦେଇଛନ୍ତି ।

ତେବେ ଆଗକୁ ବିଜେଡି ସଙ୍ଗଠନରେ ବ୍ୟାପକ ଅଦବଦଳ ହେବ । ଏନେଇ କସରତ ଆରମ୍ଭ ହୋଇଯାଇଥିବା କୁହଯାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ମନ୍ତ୍ରୀରୁ କାଢି ସଙ୍ଗଠନ ଦାୟିତ୍ୱ ଦେବା କେବଳ ଲୋକ ଦେଖାଣିଆ ।

ସଙ୍ଗଠନ ଅଦଳବଦଳ ପରେ ନିଗମଗୁଡିକରେ ଅନେକ ନେତାଙ୍କୁ ସୁଯୋଗ ମିଳିପାରେ । କାରଣ ଯେଉଁମାନେ ନିଗମ ଦାୟିତ୍ୱରେ ଥିଲେ ସେମାନଙ୍କୁ ବି କାଢ଼ି ଦିଆୟାଇଛି । ଏସବୁ ୨୦୨୪ ପାଇଁ ଷ୍ଟ୍ରେଟେଜି ବୋଲି କୁହଯାଉଛି ।