Advertisment

ଜଙ୍ଗଲ ଅନୁମତି ବିନା ଖଣି ଖନନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି।

author-image
Rajalaxmi Sahoo
undefined

Supreme Court

ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ସେଭଳି ମାମଲାର ଫଇସଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି।

Advertisment

ଜଷ୍ଟିସ ଏମ୍.ଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି। ସେଠାରୁ ଖଣିଜ ଉତ୍ତୋଳନ ଜାରି ରହିଛି।

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବାଲେଶ୍ୱର ଆଲଏଜ୍ ଲିମିଟେଡ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ, ଜଙ୍ଗଲ ଅନୁମତି ବିନା ସବୁ ପ୍ରକାରର ଖନନ କାର୍ଯ୍ୟ ବେଆଇନ୍‌। ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ବିନା ଖଣି ଖନନ ଏବଂ ଉତ୍ତୋଳନ କରିହେବ ନାହିଁ। ହାଇକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିବା ସହ ଖଣି କାର୍ଯ୍ୟର ନିରନ୍ତର ଅନୁମତି ଦେବା ଦୁର୍ଭାଗ୍ୟ ଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment
Supreme Court Mining
Advertisment
Advertisment