ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।
ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।
ରାସ୍ତାରେ ଘୋଷାରି ଘୋଷାରି ଉଠାଇ ନେଲା ପୋଲିସ୍
ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।
୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା
୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି
ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ଯାଆନ୍ତୁନି
ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।
ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।
ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ମନା
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ।
ଭରା ନଈରେ ବିଦ୍ୟୁତ୍ ତାର ସାହାଯ୍ୟରେ ନଦୀ ପାର୍ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ତିଥି – ୧୨ଶୀ ଦିବା ୧୧/୧୪ ଗତେ ୧୩ ଶୀ, ଚନ୍ଦ୍ର – ବିଛା ନିଶାନ୍ତ ୦୫/୧୫ ଗତେ ଧନୁ, ଘାତ ଚନ୍ଦ୍ର- ନିଶାନ୍ତ ୦୫/୧୫ ଗତେ ତୁଳା ଓ କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୧/୧୪ ପର୍ଯ୍ୟନ୍ତ
ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍ ପରିଚିତ ଥିଲେ।
ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।
ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ ।
ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।
ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।