ଘରେ ପଶିଛି ପାଣି, ବୁଡିଛି ଚୁଲି-ଚାଳ । ଛାତ ଉପରୁ ପ୍ରଶାସନର ସହାୟତାକୁ ଅପେକ୍ଷା ।
ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ମହାନଦୀ ହେଉ କି ସୁବର୍ଣ୍ଣରେଖା ଅବା ବୈତରଣୀ; ଯେବେ ବି ଏହି ନଦୀରେ ବନ୍ୟା ଆସିଛି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ବିକାଶର ଗୋଟି ଗୋଟି ପାହାଚ ଅତିକ୍ରମ କରୁଥିବା ବିପନ୍ନଙ୍କୁ ପୁଣି ପଛରେ ପକାଇଦେଉଛି। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପ୍ରକ୍ରିୟା ୨୨ ବର୍ଷର ନୀରବଛିନ୍ନ ସ୍ଥାୟୀ ଶାସନ ପାଇଁ ଏକ ବିରାଟ ପ୍ରଶ୍ନ ଠିଆକରିଛି; ସରକାର କରିଛନ୍ତି କ’ଣ?
ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି।
ଜଳବନ୍ଦୀ ସମସ୍ୟା ଭିତରେ ସାନିଟାରୀ ନାପ୍କିନ୍ ଚିନ୍ତା। କପଡ଼ା ବ୍ୟବହାର ଯୋଗୁଁ ବଢୁଛି ସଂକ୍ରମଣ ଆଶଙ୍କା। ରିଲିଫ୍ ସାମଗ୍ରୀରେ ମହିଳାଙ୍କୁ ପ୍ୟାଡ୍ ଦେବାକୁ ଦାବି।
ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ ।
ମହାନଦୀରେ ବଡ଼ ବନ୍ୟା। କ’ଣ ହୋଇପାରେ ଏହା ପଛର କାରଣ ? ଛତିଶଗଡ ଏକାଧିକ ବ୍ୟାରେଜ୍ ନିର୍ମାଣ ? ନା ହୀରାକୁଦ ଡ୍ୟାମ୍ ପଙ୍କରେ ପୋତି ହୋଇପଡୁଥିବାରୁ ସୃଷ୍ଟି ହେଉଛି ସମସ୍ୟା? ଆସନ୍ତୁ ଜାଣିବା…
ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...
ହୀରାକୁଦ ଉପର ମୁଣ୍ଡରୁ ଆସୁଥିବା ପାଣି ଉପରେ ରହିଛି ନଜର
ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।
ରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡଳିରେ ବଢ଼ିବ। ଶନିବାର ସକାଳରୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାସ୍ କରିବ। ମୁଣ୍ଡଳିରେ ମଧ୍ୟାହ୍ନରେ ଗଲେ ରାତି ସୁଦ୍ଧା ତଳିଆ ଅଞ୍ଚଳରେ ପହଞ୍ଚିବ। କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରେ ଶନିବାର ରାତିରେ ପାସ୍ କରିବ। ସମ୍ବାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି।
ଏସବୁ ଭିତରେ ଚିନ୍ତା ବଢାଇଛି ଆଇଏମଡି ଡିଜିଙ୍କ ପୂର୍ବାନୁମାନ। ତାଙ୍କର ଆକଳନ ଅନୁସାରେ, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି।