• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପୁଣିଥରେ ଖୋଲିଛି ଲଳିତ ସାହୁ ମୃତ୍ୟୁ ମାମଲା ଫାଇଲ୍ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେନେଇ ୩ ବର୍ଷ ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ମାମଲାରେ ପ୍ରଥମେ ଏତଲା ଦେଇଥିବା ନବଙ୍କ ସୁରକ୍ଷା କର୍ମଚାରୀଙ୍କୁ ଝାରସୁଗୁଡ଼ା ଥାନାରେ ଜେରା କରାଯାଇଛି । ସେତେବେଳେ ନବ ଦାସଙ୍କ ସୁରକ୍ଷା କର୍ମଚାରୀ ଥିବା ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀ ଦୀର୍ଘ ୬ ଘଣ୍ଟା ଧରି ଜେରା କରିଛନ୍ତି । ଜେରା ବେଳେ ତାଙ୍କ କଥାରେ ତାଳମେଳ ରହିନଥିବା ସୂଚନା ମିଳିଛି । 

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ଦୁଇ ବର୍ଷ ପରେ ବି ଫିଟୁନି ରହସ୍ୟ, ୨ ସପ୍ତାହ ଭିତରେ CBI ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି

ଘଟଣା ଦିନ ନିଜେ ଦେଇଥିବା ଲିଖିତ ଅଭିଯୋଗ ସମ୍ପର୍କରେ ହେମସାଗର ପୋଲିସ ଆଗରେ କିଛି କହିପାରି ନାହାନ୍ତି । ତେବେ ହେମସାଗରଙ୍କ ବୟାନ ଆଧାରରେ ପୋଲିସ ଆଜି ଆଉ କିଛି ଲୋକଙ୍କୁ ଜେରା ହୋଇପାରେ । ନବ ଦାସଙ୍କ ରୋଷେୟା ଥିବା ଲଲିତ ସାହୁଙ୍କ ବାପା ବେଲାଳସେନ ସାହୁ ନ୍ୟାୟ ଦାବି କରି ପୋଲିସ ଡିଜିଙ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୋଲିସ ପକ୍ଷରୁ ଏ ଫାଇଲକୁ ପୁଣିଥରେ ଖୋଲାଯାଇଛି ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ବେଲାଳସେନ ସାହୁଙ୍କ ପୁଅ ଲଳିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ । ୨୦୨୨ ଏପ୍ରିଲ ୧୭ରେ ଲଳିତ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସେ ରହୁଥିବା ଘରୁ ଝୁଲନ୍ତା ମୃତଦେହ ମିଳିଥିଲା । ତିନି ବର୍ଷ ହେଲାଣି ଏହା ଆତ୍ମହତ୍ୟା ନା ହତ୍ୟା ପୋଲିସ୍ ସ୍ପଷ୍ଟ କରିପାରିନି । ଲଳିତଙ୍କ ବାପାଙ୍କ ଚିଠି ପରେ ଏହି ସନ୍ଦେହଜନକ ମୃତ୍ୟୁର ପୁନଃ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ମାମଲାର ତଦନ୍ତରେ ଅନେକ ତ୍ରୁଟି ଥିବା ପୋଲିସ୍ ମଧ୍ୟ ସ୍ବୀକାର କରିଛି ।
 

ଅଧିକ ପଢ଼ନ୍ତୁ: ବିଧାନସଭାରେ ମାହାଙ୍ଗା ତାତି, ମୁହାଁମୁହିଁ ଅରୁଣ-ସାରଦା

OTV is now on Whatsapp

Join and get latest news update delivered to you via whatsapp

Join Now