• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରାଙ୍କ ମୃତ୍ୟୁ । ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି । ଗ୍ରୀନ୍-ରେ ଚିଟଫଣ୍ଡରେ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ସାରାଦେଶରୁ ୨ ହଜାର କୋଟିରୁ ଅଧିକ ଏବଂ କେବଳ ଓଡ଼ିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲେ । 

ବାଲେଶ୍ୱର ଜଳେଶ୍ୱର ଥାନା ଶେଖୱାର୍ଡ ଅଞ୍ଚଳର ଗୋରା ୨୦୦୫ ମସିହାରେ ଚିଟଫଣ୍ଡ କଂପାନି ଖୋଲିଥିଲେ । ଟଙ୍କା ଦୁଇ ଗୁଣର ଲୋଭ ଦେଖାଇ ସାରା ଦେଶରେ ୧୦୦ରୁ ଅଧିକ ଅଫିସ ଖୋଲିଥିଲେ । ମୀର ଚିଟଫଣ୍ଟ ଦୁର୍ନୀତି ସାମନାକୁ ଆସିବା ପରେ ୨୦୧୨ରୁ ବିଦେଶ ପଳାଇ ଆତ୍ମଗୋପନ କରିଥିଲେ । ୨୦୧୭ରେ ଭାରତ ଫେରିବା ବେଳେ, କୋଲକାତା ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ ୫ ବର୍ଷ ବନ୍ଦୀ ଜୀବନ କାଟି ସାରିଥିବା ମୀର ସହରୁଦ୍ଦିନ ଶେଷରେ ଜେଲ୍‌ରେ ହିଁ ଆଖି ବୁଜିଛନ୍ତି।