• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଞ୍ଜାମ ଜିଲ୍ଲାର ୧୪ ଗୋଟି ଗଡଜାତ ମଧ୍ୟରୁ ଧରାକୋଟରେ ଭିନ୍ନ ପରମ୍ପରାରେ ଘୋଷଯାତ୍ରା ପାଳିତ ହୋଇଆସୁଛି । ଏଠାରେ ଯୁବ ମହାରାଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ରଥ ଉପରେ ଛେରା ପହଁରା କରନ୍ତି । ଏଠାକାର ଅନ୍ୟ ଏକ ବିଶେଷତ୍ୱ ହେଲା ଏଠାରେ ବାହୁଡା ପରଦିନ ତଥା ଏକାଦଶୀ ତିଥିରେ ରଥଟଣା ହୁଏ । ନିଆରା ପରମ୍ପରା ସହ ରଥଯାତ୍ରା ଦେଖିବା ଲାଗି ଗାଁ ଗହଳିରୁ ଲୋକେ ଆସିଥାନ୍ତି । ରଥଯାତ୍ରା ଓ ବାହୁଡ଼ା ବେଳେ ରାଜାଙ୍କ ରାଜକୀୟ ଠାଣିରେ ମନ୍ତ୍ରୀ, କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୁପା ତାମଯାନ ପାଲିଙ୍କିରେ ଆସିଥାନ୍ତି । ରଥ ଉପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିବା ବେଳେ ଅଞ୍ଚଳର ହଜାର ହଜାର ଲୋକ ନିଜ ପ୍ରିୟ ରାଜାଙ୍କୁ ଦେଖିବା ପାଇଁ ରୁଣ୍ଢ ହୁଅନ୍ତି । କରୋନା କାରଣରୁ ୨ ବର୍ଷ ପରେ ରଥଯାତ୍ରାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ରାଜା କିଶୋର ଚନ୍ଦ୍ର ସିଂ ଦେଓଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ସନ୍ତାନ ନଥିବାରୁ ଦୁଇ ଝିଅଙ୍କ ମଧ୍ୟରୁ ବଡ଼ଝିଅ ସୁଲକ୍ଷଣା ଗୀତାଞ୍ଜଳି ୧୪ ବର୍ଷ ବୟସରୁ ରାଜ୍ୟାଭିଷେକ ହୋଇ ଦେବନୀତି ତୁଲାଇ ଆସୁଛନ୍ତି । ତେବେ ଏନେଇ ସୁଲକ୍ଷଣା କହିଛନ୍ତି ଯେ, ବାପା-ଜେଜେବାପା ଯେମିତି ଜଗନ୍ନାଥଙ୍କ ଆଦ୍ୟସେବକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ, ତାଙ୍କ ପ୍ରକାରାନ୍ତେ ସୌଭାଗ୍ୟ ବଶତଃ ମୋତେ ଏହି ଦାୟିତ୍ୱ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ।

ଛାତ୍ର ଜୀବନ ବେଳେ ମାତ୍ର ୧୪ ବର୍ଷରୁ ରାଜଦାଇତ୍ୱ ତୁଲାଇ ଏବେ ସେ ଯୁବା ବୟସରେ ରାଜନୀତିରେ ପାଦ ଥାପି ଏବେ ଧରାକୋଟ ବ୍ଲକ ଅଧ୍ୟକ୍ଷା ଅଛନ୍ତି । ତଥାପି ଏ ଦେବନୀତି ତାଙ୍କ ପାଇଁ ସୌଭାଗ୍ୟ ମନେକରି ଆଗକୁ ଏହି ଦାୟିତ୍ୱ ସୁଚାର ରୂପେ ତୁଲାଇବାର ସଂକଳ୍ପ ନେଇଛନ୍ତି ।