/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657507236.jpg)
Adhara Pana
ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଏହି ପଣା ଲାଗି ହେବ । ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହଣ୍ଡା ଭଙ୍ଗାଯିବ । ୯ ଦିନର ଯାତ୍ରାରେ ଶ୍ରୀଜିଉଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହଣ୍ଡା ଭଙ୍ଗାଯିବ । ଏହାପରେ ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ମହାପ୍ରଭୁ ।
Advertisment
ଗତକାଲି ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଇଥିଲେ ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଲାଗି ହୋଇଥିଲା ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)