• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ  ୧୧ ତାରିଖ  ସୋମବାର । ତିଥି – ୧୨ଶୀ ଦିବା ୧୧/୧୪ ଗତେ ୧୩ ଶୀ, ଚନ୍ଦ୍ର   – ବିଛା ନିଶାନ୍ତ ୦୫/୧୫  ଗତେ ଧନୁ, ଘାତ ଚନ୍ଦ୍ର- ନିଶାନ୍ତ ୦୫/୧୫  ଗତେ ତୁଳା ଓ କୁମ୍ଭ ରାଶିର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୧/୧୪ ପର୍ଯ୍ୟନ୍ତ   

ଶୁଭ ସମୟ- 
ଦିବା  ୦୮/୪୮  ରୁ   ୧୦/୩୩ 
ରାତ୍ରି ୦୯/୧୯   ରୁ  ୧୦/୩୦

ରାତ୍ରି  ୧୧/୫୨  ରୁ   ୧୨/୧୪
ରାତ୍ରି  ୦୧/୪୧  ରୁ   ୦୩/୦୮
ରାତ୍ରି  ୦୩/୫୧ ରୁ ୦୪/୩୫

ଅଶୁଭ ସମୟ-
ଋାହୁକାଳ - ପ୍ରାତଃ ୦୬/୫୬ ରୁ  ୦୮/୩୫ 
କାଳବେଳା - ପ୍ରାତଃ ୦୬/୫୬ ରୁ  ୦୮/୩୫ 
ବାରବେଳା –ଦିବା ୦୩/୦୮ ରୁ ୧୧/୫୨ 
କାଳରାତ୍ରି - ରାତ୍ରି ୧୦/୩୦ ରୁ ୧୧/୫୨

ଆଜିର ରାଶିଫଳ-

ମେଷ:-
ଅଶ୍ୱନୀ –ଅନ୍ୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ସକାଶେ ଦୁଃସହ ହୋଇପାରେ ।
ଦ୍ୱିଜା – ଯାତ୍ରା ସମୟରେ ଅନ୍ୟମନସ୍କ କାରଣ ହେତୁ କେତେକ ଭୁଲ କରିପାରନ୍ତି ।
କୃତିକା – ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ ।
ପ୍ରତିକାର -  ମା ମଙ୍ଗଳାଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ବୃଷ:-
କୃତିକା  - ଜୀବନସାଥିଙ୍କ ପାଇଁ ଭଲ ତାଳ ମେଳ ବଜାୟ ରହିବ ।
ରୋହିଣୀ – ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ ।
ମୃଗଶିରା – ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ ।
ପ୍ରତିକାର – ଓଁ ହ୍ରୀଂ କ୍ରୀଂ ଶୁକ୍ରାୟ ନମଃ ମନ୍ତ୍ର ପାଠ କରନ୍ତୁ ।
 

ମିଥୁନ:-
ମୃଗଶିରା  - ନୂତନ କର୍ମ କ୍ଷେତ୍ରରେ ଯୋଗଦାନ ଦେଇ ପାରନ୍ତି ।
ଆଦ୍ରା -  ବ୍ୟବସାୟରେ ଲାଗିରହିଥିବା ପ୍ରତିଦ୍ୱନ୍ଦିତା କମ୍ ହେବ ।
ପୁନର୍ବସୁ -  ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ ।
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ଯପ କରନ୍ତୁ ।
 

କର୍କଟ:-
ପୁନର୍ବସୁ -  ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ ।
ପୁଷ୍ୟା –  ପୁରାତନ ରୋଗର ପିଡା ଅପେକ୍ଷା କୃତ କମ୍ ରହିବ ।
ଅଶ୍ଳେଷା -  ଛାତ୍ରଛାତ୍ରୀ ମାନେ ପଢାପଢିରେ ମନ ଦେବେ ।
ପ୍ରତିକାର – ଓଁ ସୋମାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।
 

ସିଂହ:-
ମଘା – ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ ।
ପୂ , ଫାଲଗୁନୀ - ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ଦେଖା ଦେଇପାରେ ।
ଉ ,ଫାଲଗୁନୀ – ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି ।
ପ୍ରତିକାର – ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ । 
 

କନ୍ୟା:-
ଉ , ଫାଲଗୁନୀ – ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ ।
ହସ୍ତା – ମନ୍ଥରତା ଭିତରେ ମଧ୍ୟ ସୁଫଳତା ପାଇବେ ।
ଚିତ୍ରା – ମହିଳା ମାନେ ଯୋଗ୍ୟ ପ୍ରତିପାଦିତ ହେବେ ।
ପ୍ରତିକାର -  ବିଷ୍ଣୁ ମନ୍ଦିରରେ କିଛି ମୁଗଡାଲି ଦାନ କରନ୍ତୁ । 
 

ତୁଳା:-
ଚିତ୍ରା – ଉଚ୍ଚ ସ୍ତରର ମହିଳାଙ୍କ ସହ ସମ୍ପର୍କ ପାଇଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଯିବ ।
ସ୍ୱାତୀ – ରାଜନୀତି କ୍ଷେତ୍ରରେ ଅନ୍ୟମାନଙ୍କର ସାହାର୍ଯ୍ୟ ସହଯୋଗ ପାଇବେ ।
ବିଶାଖା – ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟରେ ସଫଳତା ପାଇବେ ।
ପ୍ରତିକାର – ନୀଳ  ରଙ୍ଗର ପୋଷାକ ପରିଧାନ କରନ୍ତୁ ।
 

ବିଛା:-
ବିଶାଖା – କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାର୍ଯ୍ୟ ସହଯୋଗ ପାଇବେ ।
ଅନୁରାଧା – ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।
ଜ୍ୟେଷ୍ଠା –  ପୂର୍ବରୁ ଥିବା ଅଭାବ ଅନଟନ ଦୂର ହେବ ।
ପ୍ରତିକାର – ମା ଚର୍ଚ୍ଚିକାଙ୍କର ପୂଜା କରନ୍ତୁ ।
 

ଧନୁ:-
ମୂଳା – ପ୍ରତ୍ୟେକଟି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।
ପୂ , ଷାଢା – ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ ଓ ମହିଳାମାନେ ନିନ୍ଦିତ ହେବେ ।
ଉ , ଷାଢା – କରଦାତା ମାନଙ୍କର ଚାପ ବୃଦ୍ଧି ପାଇବ ।
ପ୍ରତିକାର – ହଳଦୀ ତିଲକକୁ ମଥାରେ ଲଗାନ୍ତୁ ।
 

ମକର:-
ଉ , ଷାଢା -  ଆପଷ ମିଳାମିଶାରୁ ସମସ୍ୟାର ସମାଧାନ କରିବେ ।
ଶ୍ରବଣା – ଦୂର ସ୍ଥାନକୁ ବୁଲିବାକୁ ଯିବାର ସୁଯୋଗ ପାଇବେ ।
ଧନିଷ୍ଠା – ଗଠନ ମୂଳକ କାର୍ଯ୍ୟରେ ନେତୃତ୍ୱ ନେବେ ।
ପ୍ରତିକାର – ଶନିଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା – ଶିକ୍ଷାତ୍ରୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ ।
ଶତଭିଷା – ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ ।
ପୂ , ଭାଦ୍ରପଦ  – ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ ।
ପ୍ରତିକାର – ଭଗବାନଙ୍କର କଚ୍ଛୋପ ଅବତାରକୁ ପୂଜା କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ ।
ଉ , ଭଦ୍ରପଦ - ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ ।
ରେବତୀ – ଅନେକ ଦିଗରୁ ଅର୍ଥ ପ୍ରାପ୍ତି ଯୋଗ ରହିଛି ।
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରନ୍ତୁ ।

ଜ୍ୟୋତିର୍ବିଦ୍‌- ଦୀପକ ଆଚାର୍ଯ୍ୟ – ୯୪୩୯୦୫୦୦୯୯, ୯୨୩୮୩୯୭୧୦୦