• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲ ଯାଇପାରିବେ ସାମ୍ବାଦିକ । ଗୋଟିଏ ଦିନର ବୋବାଲ ପରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସାମ୍ବାଦିକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ ପରେ ରାଜନୀତି ଜୋର ଧରିଥିଲା । ତେବେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍‌ରେ ଯାଆନ୍ତୁନି । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ ଗଣମାଧ୍ୟମକୁ ସ୍କୁଲ କ୍ୟାଂପସ୍ ମନା କରାଯାଇଥିଲା । ଢେଙ୍କାନାଳ କଙ୍କଡାହାଡ ବ୍ଲକ ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ବ୍ଲକର ସବୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରାଯାଇ କୁହାଯାଇଥିଲା । ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ, କି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି କୁହାଯାଇଥିଲା ।

ତେବେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଥିଲା । ପୂର୍ବତନ ଗଣଶିକ୍ଷା ସଚିବ ତଥା ବର୍ତ୍ତମାନର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସାମ୍ବାଦିକଙ୍କୁ ସ୍କୁଲ୍ ହତାକୁ ପ୍ରବେଶ କରାଇନେଦେବା ହାସ୍ୟାସ୍ପଦ ବୋଲି କହିଥିଲେ ।