• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି) । କରୋନା ସଂକ୍ରମଣ ଏଡ଼ାଇବାକୁ ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ ନକରିବା ପାଇଁ କୁହାଯାଇଛି । ଦୋକାନ ଆଗରେ ଯେପରି ଭିଡ଼ ନହେବେ ସେଥିପାଇଁ ତାଗିଦ କରିଛି BMC ।

ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ମଧ୍ୟ ଭିଡ଼ ନକରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୃପକ୍ଷ । ସେହିପରି କୋଭିଡ଼ କଟକଣା ନିଶ୍ଚିତ ପାଇଁ ସବୁ ମଲ୍ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ ।

କେବଳ ଦୋକାନ କି ମଲ୍‌ ନୁହେଁ କୋଭିଡ଼ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନକୁ କଡ଼ା ତାଗିଦ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ ।

ସେପଟେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ପୂର୍ବେ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ଲୋକମାନେ ଏବେଠୁ ସଚେତନ ନ ହେଲେ ଓ ମାସ୍କ ନପିନ୍ଧିଲେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ମେୟର କଡ଼ା ଚେତାବନୀ ଦେଇଥିଲେ । ତଥାପି କେହି ନିୟମ ମାନୁନାହାନ୍ତି ।

ଅନ୍ୟପଟେ ରାଜ୍ୟରେ ଆଜି ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୩୬, ଲୋକାଲ କେସ୍- ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୧୯, କଟକରୁ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।