• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଡ୍ରାଇଭରଙ୍କ ଆନ୍ଦୋଳନ ସମସ୍ତଙ୍କୁ କଷ୍ଟ ଦେଇଛି । କିଏ ଅଧା ରାସ୍ତାରେ ଅଟକିଛି ତ ଆଉ କିଏ ନାନା ପ୍ରକାର ହଇରାଣ ହୋଇଛି । ଥରେ ଚିନ୍ତା କରନ୍ତୁ ତ ଡ୍ରାଇଭରଙ୍କ ଷ୍ଟାଇକ୍‌ ପାଇଁ ଯେତେବେଳେ ଗୋଟିଏ ରୋଗୀ ମେଡିକାଲ ନଯାଇପାରି ରାସ୍ତାରେ ଛଟପଟ ହେଉଥିବ ଆଉ ରାସ୍ତା କଡରେ ଶୋଇପଡୁଥିବ । କେମିତି ଦୃଦୟବିଦାରକ ଥିବ ସେହି ଚିତ୍ର ।

ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଖଲ୍ଲିକୋଟରେ କିଛି ଲୋକ ଏମିତି ସମସ୍ୟାରେ ପଡିଛନ୍ତି ଯାହାକୁ ନେଇ ବଢିଛି ଚର୍ଚ୍ଚା । ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି କଲିକତାରୁ ଘରକୁ ଫେରୁଥିଲେ ହେଲେ ଗାଡି ଚାଲୁନଥିବାରୁ କାନ୍ଧରେ ଭାରି ବ୍ୟାଗକୁ ପକାଇ ଚାଲିଚାଲି ଘରକୁ ଯାଉଥିଲେ । ଖାଲି ଜଣେ ବ୍ୟକ୍ତି ନୁହେଁ ବରଂ ବୁଢା ବୟସରେ ବ୍ୟାଗକୁ ଧରି ବଡ଼ ହନ୍ତସନ୍ତ ହୋଇ ଅନେକ ଘରକୁ ଯାଇଥିଲେ । ଇଚ୍ଛା ନଥିଲେ ବି ଉପାୟ କିଛି ନାହିଁ । ଘରକୁ ଯିବାକୁ ହେଲେ ଚାଲିଚାଲି ଯିବା ହିଁ ଏକମାତ୍ର ରାସ୍ତା।

ସବୁଠୁ ଆଶ୍ଟର୍ଯ୍ୟ କରିଥିଲା ଯେତେବେଳେ ଜଣେ ରୋଗୀ ଗାଡି ନପାଇବା ପରେ ରାସ୍ତା କଡରେ ବସିପଡିଥିଲେ । ତାଙ୍କର ଅସୁବିଧା କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ଦେହ ଖରାପ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ ଚିକିତ୍ସା ପାଇଁ । ୮ ଦିନ ମେଡିକାଲରେ ବି ରହିଲେ । କିନ୍ତୁ ଘରକୁ ଫେରିବା ବେଳେ ଗାଡି ପାଇଲେନାହିଁ । କଷ୍ଟେମଷ୍ଟେ ଯେତିକି ବାଟ ପାରିଲେ ସେତିକି ଚାଲିଲେ । ଆଉ ଯେଉଁଠି ନପାରିଲେ ସେଇଠି ବସିଲେ।

ନିଜର ଦାବି ପୂରଣ ଲାଗି ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର ମହାସଂଘ । ଯେଉଁଥି ଲାଗି ଗଡିନଥିଲା ଗୋଟିଏ ହେଲେ ବି ଗାଡି । କାହାର ଅଧିକାରକୁ ଆମେ ବାଧା ଦେଉନାହୁଁ...ହେଲେ ଥରେ ଚିନ୍ତା କରନ୍ତୁ । ଗାଡି ନପାଇ ଅଧା ରାସ୍ତାରେ ଏମିତି ହିନସ୍ତା ହେବା ଦେଖିଲେ ଆପଣ କଣ କହିବେ?

(ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ)