/odishatv-khabar/media/post_attachments/uploadimage/library/16_9/16_9_0/s_1679193226.jpg)
Former Jharsuguda MLA Birendra Pandey No More
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଗତ ୧୬ ତାରିଖରେ ଯକୃତ ରୋଗରେ ପୀଡ଼ିତ ହୋଇ ବୀରେନ୍ଦ୍ରଙ୍କୁ ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Advertisment
ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଃଖଦ କଥା, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୀରେନ୍ଦ୍ର ପାଣ୍ଡେ ୩ ଥର ଝାରସୁଗୁଡା ବିଧାନସଭା ଆସନରୁ ବିଧାୟକ ଭାବ ନିର୍ବାଚିତ ହୋଇଥିଲେ।
ସୂଚନାଥାଉ କି, ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରୁ ବୀରେନ୍ଦ୍ର ପାଣ୍ଡେ ୩ ଥର ସେ ନିର୍ବାଚିତ ହୋଇଥିଲେ। ୧୯୮୦, ୧୯୮୫ ଓ ୧୯୯୫ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)