/odishatv-khabar/media/post_attachments/uploadimage/library/16_9/16_9_0/5t_School_1679071021.jpg)
5t School
ସ୍କୁଲ ଗେଟ୍ ପୂରା ଚକାଚକ୍ । ଶ୍ରେଣୀ ଗୃହକୁ ଦେଖିବା ପରେ ଘରୋଇ ସ୍କୁଲର ନିଶ୍ଚୟ ଭ୍ରମ ସୃଷ୍ଟି କରିବ । କମ୍ପ୍ୟୁଟର ଗୁଡିକରୁ ଠିକ୍ରେ ଜରି ବି ଛାଡିନି । ପିଲାଙ୍କ ଲାଗି ବଢିଆ ଟେବୁଲ ଓ ବେଂଚ୍ ବି ପଡିଛି । ଆରାମରେ ବସି ପିଲାଏ ପଢୁଛନ୍ତି ପାଠ । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ, ଏଥିରେ ଅସୁବିଧା କେଉଁଠି ରହିଲା?
ସବୁ ଚକ୍ଚକ୍...ହେଲେ ଗୋଟିଏ ଶ୍ରେଣୀରେ ଦୁଇ ଜଣ ଶିକ୍ଷକ ଏକା ସାଙ୍ଗରେ ପାଠ ପଢାଉଥିବାର ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହେବେ ଆପଣ । ଏମିତିକି ଆପଣ କହିବେ, କ୍ଲାସ୍ ଗୋଟିଏ କିନ୍ତୁ ଦୁଇଜଣ ଶିକ୍ଷକ କେମିତି ଏକା ସାଙ୍ଗରେ ସେଠାରେ ପିଲାଙ୍କୁ ପଢାଉଛନ୍ତି ପାଠ?
୫-ଟି ସ୍କୁଲରେ କେମିତି ପାଠ ପଢା ଚାଲିଛି ତାହା ଜାଣିଲେ ମୁଣ୍ଡ ଝାଇଁଝାଇଁ କରିଦେବ । କାରଣ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍ର ପିଲା ପଢୁଛନ୍ତି ପାଠ । ଥରେ ଚିନ୍ତା କରନ୍ତୁ ଏକା ସାଙ୍ଗରେ ଦୁଇଟି ଶ୍ରେଣୀର ପିଲା ପାଠ ପଢିଲେ କେମିତି ଚାଲିଥିବ ପାଠପଢା?
ଏମିତି ସମସ୍ୟା ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍ ରୁମ୍ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପାଠ ପଢାଇବାରେ ଅନେକ ସମସ୍ୟା ଉପୁଜୁଥିବା ନେଇ ବାରମ୍ବାର ଅଭିଯୋଗ କରିଛନ୍ତି ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ତୁରନ୍ତ ସମସ୍ୟାର ସମାଧାନ ଲାଗି ପ୍ରଶାସନକୁ ଅନୁରୋଧ କରାଯାଇଥିବା ପରେ ବି ଶ୍ରେଣୀ ଗୃହ ତିଆରି ହୋଇପାରିନି । ତେବେ ସମୟ କହିବ, କେବେ ନୂଆ ଶ୍ରେଣୀଗୃହ ନିର୍ମାଣ ହେବ ଆଉ କେବେ ଭଲରେ ପାଠ ପଢିପାରିବେ ପିଲେ ।
(ଉଦଳାରୁ ମାନସ ପାଣି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)