Advertisment

ମାଟ୍ରିକ ପ୍ରଶ୍ନପତ୍ରରେ ଗୋଳମାଳ: ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Errors in Odisha Matric exam question papers

Errors in Odisha Matric exam question papers

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ଏଭଳି ଅଭିଯୋଗ ଆସିଛି। ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ସେମାନେ କହିଛନ୍ତି।

Advertisment

ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଓଏମ୍‌ଆର ବ୍ୟବସ୍ଥାରେ ଖାତା ଦେଖା ଯାଉଥିବାରୁ ଏଭଳି ବିଭ୍ରାଟ ପାଇଁ ମାର୍କ କମିବାର ଅଭିଭାବକ ଓ ଛାତ୍ରଛାତ୍ରୀ ଆଶଙ୍କା କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ପାରଳାଖେମୁଣ୍ଡିରେ ମଧ୍ୟ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।

Advertisment

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ବୋର୍ଡ ସ୍ୱୀକାର କରିଛି। ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ବୋର୍ଡ ସଭାପତି ମାନିଛନ୍ତି। ସେ କହିଛନ୍ତି, 'ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଛି। ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି। କ'ଣ ପାଇଁ ଏଭଳି ହେଲା ଏହାର ତର୍ଜମା କରାଯିବ'।

ବୋର୍ଡ ସଭାପତି ଆହୁରି କହିଛନ୍ତି ଯେ, ‘ଇତିହାସ, ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ କିଛି ତ୍ରୁଟି ଅଛି। ସେଟ୍‌ ‘ବି’ର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ରହିଛି। ତେବେ ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି, କୌଣସି ଅସୁବିଧା ହେବନି। ପରୀକ୍ଷା ଆଉ ଥରେ କରିବାର କୌଣସି ଆବଶ୍ୟକତା ନାହିଁ। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ।'

Odisha Matric Exam
Advertisment
Advertisment