• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶ୍ନପତ୍ର ଲିକ୍ ନୁହେଁ, ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତାହାସହ ସମୀର କହିଛନ୍ତି, ଇତିହାସ, ରାଜନୀତି ବିଜ୍ଞାନ ‘ବି’ ସେଟ୍ ପ୍ରଶ୍ନରେ କିଛି ତ୍ରୁଟି ରହିଛି । ପ୍ରଶ୍ନପତ୍ରରେ କିଛି ମୁଦ୍ରଣ ଜନିତ ତ୍ରୁଟିଥିବା ସେ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଳି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବଲାଙ୍ଗିରେ ଆଏଜ୍ ପ୍ରଶ୍ନପତ୍ର ଭାଇରାଲକେ ନେଇ ଚର୍ଚ୍ଚା ହୋଇଛି । ପରୀକ୍ଷା ମୂଲ୍ ହେବାର୍ ଆଘନୁ ଭାଇରାଲ ପ୍ରଶ୍ନପତ୍ର ମୋବାଇଲନୁ ମୋବାଇଲକେ ଘୁରି ବୁଲିଥିଲା । ସେଆଡେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ଇ ପ୍ରସଙ୍ଗକେ ଆଜି ବିଧାନସଭା ଶୂନ୍ୟକାଳରେ ଉଠାଇଥିଲେ ।

ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି ବୋଲି ଗୃହରେ କହିଛନ୍ତି ବିରୋଧୀ ଦଳ ନେତା । ଗୋଟିଏ ଅଡିଓ ବୁଲୁଛି, ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ ।

ଆଉ ୪ଟା ଦରକାର ଥିଲେ ୪୦ ହଜାର ଦେବାକୁ ପଡିବ । ଏଇଟା କଣ 5-T ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ପ୍ରଶ୍ନପତ୍ର ଭାଇରାଲ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି ।