Advertisment

Sunita Williams: ଫେରିଲେ ସୁନୀତା; ଖୁସିରେ ନାଚିଲେ ଡଲଫିନ୍

ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି

author-image
Tapaswini Nayak
ଅଦ୍ୟତନ ହୋଇଛି
/sunita williams

/sunita williams

ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍। ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ମହାକାଶ ଛାଡ଼ି ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ।

Advertisment

ହେଲେ ଫ୍ଲୋରିଡା ସମୁଦ୍ର ତଟରେ ଡ୍ରାଗନ୍ କ୍ୟାପସୁଲ ପଡିବା ପରେ ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଘଟଣା। ସତେ ଯେମିତି ଡ୍ରାଗନ କ୍ୟାପସୁଲରେ ଆସିଥିବା ମହାକାଶଚାରୀଙ୍କୁ ସ୍ୱାଗତ କରିବାକୁ ଆସିଥିଲେ ଡଲଫିନ୍। 

ଅଧିକ ପଢ଼ନ୍ତୁ: ସୁନୀତା ପୃଥିବୀକୁ ଫେରିଲେ, ସାଥୀ ବୈଜ୍ଞାନିକଙ୍କୁ ଦେଖି ହସି ଦେଲେ

ଭାସମାନ କ୍ୟାପସୁଲକୁ ଡଲଫିନ ଘେରି ରହିଥିବା ଦେଖିବାକୁ ମିଳିଥିଲା। ଯେପରି ଲାଗୁଥିଲା ସେମାନେ ଖୁସିରେ ଡ୍ରାଗନ୍  କ୍ୟାପସୁଲ ଚାରିପଟେ ନାଚୁଛନ୍ତି। ଉଦ୍ଧାରକାରୀ ପାଇଁ ଯାଇଥିବା ବେଳେ ଅନେକ ମାତ୍ରାରେ ଡଲଫିନ୍ କ୍ୟାପସୁଲକୁ ଘେରି ରହିଥିବା ଦେଖିବାକୁ ପାଇଥିଲେ। ଲାଗୁଥିଲା ମହାକାଶଚାରୀଙ୍କୁ ସତେଯେମିତି  ଡଲଫିନ୍‌ ଗୁଡ଼ିକ କିଛି କହିବାକୁ ଚାହୁଁଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।

ଅଧିକ ପଢ଼ନ୍ତୁ: ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମ୍ସ; ଚିନ୍ତା ବଢ଼ାଇଛି 'ସୁପର୍ ବଗ୍'

NASA Sunita Williams
Advertisment
Advertisment