Advertisment

କଟକ, ଭୁବନେଶ୍ୱରରେ ଘରଭଡ଼ା ଦେଉଛନ୍ତି କି ? ସାବଧାନ ! ନଚେତ୍‌ ଆପଣ ବି କେତେବେଳେ ଏମିତି ଫସି ଯାଇପାରନ୍ତି...

କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ।

author-image
Rajalaxmi Sahoo
Con couple arrested in Chandrasekharpur for blackmailing house owner over rent

Con couple arrested in Chandrasekharpur for blackmailing house owner over rent

କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ। ଏମିତି କିଛି ଅଭିଯୋଗ ରାଜଧାନୀ ଭୁବନେଶ୍ୱରରୁ ଆସିଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଚନ୍ଦ୍ରଶେଖରପୁର ପୋଲିସ୍ ଭଡ଼ାରେ ରହୁଥିବା ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଏବେ ସାମ୍ନାକୁ ଆସିଛି ସେମାନଙ୍କ ନାଁରେ ଥିବା ଏକାଧିକ ମାମଲାର ଲମ୍ବା ଫର୍ଦ୍ଦ।

Advertisment

ସମ୍ପୃକ୍ତ ଦମ୍ପତିଙ୍କ ନାଁରେ ଉଭୟ କଟକ ଏବଂ ଭୁବନେଶ୍ୱରର ଏକାଧିକ ଥାନାରେ ମାମଲା ଥିବା ଜଣାପଡ଼ିଛି। ପୋଲିସ୍‌ର କହିବା ଅନୁସାରେ, କଟକ ଏବଂ ଭୁବନେଶ୍ୱରରେ ଭଡ଼ା ଘରେ ରହିବା ପରେ ଘର ମାଲିକଙ୍କ ବିରୋଧରେ ମିଛ ମକଦ୍ଦମା କରି ଏହି ଦମ୍ପତି ବ୍ଲାକମେଲ୍‌ କରୁଥିଲେ। ଅଭିଯୋଗ ଅନୁସାରେ, ସୁମନ ନାମକ ଜଣେ ମହିଳାଙ୍କ ଘରକୁ ଏ ଦମ୍ପତି ଭଡ଼ାରେ ନେଇଥିଲେ।

ମାସିକ ୪୦ ହଜାର ଟଙ୍କା ଭଡ଼ାରେ ୧୧ ମାସର ଏଗ୍ରିମେଣ୍ଟ୍‌ ହୋଇଥିଲା। ଏଗ୍ରିମେଣ୍ଟ୍‌ ରିନ୍ୟୁ କରିବାର ସମୟ ଆସିବାରୁ ଦମ୍ପତି ବିଭିନ୍ନ ବାହାନା ଦେଖାଇ ବ୍ଲାକମେଲ୍ କରିବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି।  

Advertisment
Advertisment
Advertisment