• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁହଁରେ ଭାଲୁମୁଖା ପିନ୍ଧିଛନ୍ତି, ଧାଡି ହୋଇ ସମସ୍ତେ ଛିଡା ହୋଇଛନ୍ତି । ସେମାନଙ୍କୁ ଦେଖିବା ପରେ ହଠାତ୍‌ କିଛି ବୁଝିପାରିବେନି ଆପଣ । ଆଉ ଭାବିବେ ମୁହଁରେ ଭାଲୁ ମୁଖା ପିନ୍ଧି ସେମାନେ କଣ କରୁଛନ୍ତି ? ଦର୍ଶକବନ୍ଧୁ ସେମାନଙ୍କ କାଣ୍ଡକାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ହାତରେ ଶାବଳ, ଛୁରୀ ଧରି ଆସୁଥିଲେ ଘର କାନ୍ଥ ତାଡୁଥିଲେ । ଆଉ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସି ଯାଉଥିଲେ ।

ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍‌ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା ବରବାଡି କେନାଲ ଛକରେ ଲୁଟ୍ ପାଇଁ ପ୍ଲାନ୍‌ କରୁଥିବା ବେଳେ ମାଡି ବସିଥିଲା ପୋଲିସ୍‌ । ପୋଲିସର ଅଚାନକ ଚଢାଉ ବେଳେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ବାନ୍ଧିଛି ପୋଲିସ୍‌।

ଭାଲୁମୁଖା ଲୁଟେରାମାନେ ଭଦ୍ରକ ଅଂଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ତରାଜ ଜାରି ରଖିଥିଲେ । ତେବେ ପୋଲିସ୍ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ୍ କରୁଥିବା ବେଳେ ବ୍ୟବହାର କରୁଥିବା ଶାବଳ, ଛୁରୀ, ପ୍ଲାସ୍ ଆଦି ଅନେକ ମାରଣାସ୍ତ୍ର ଏବଂ ୫ଟି ମୋବାଇଲ୍ ଜବତ କରିଛି ।

ଗିରଫ ଲୁଟେରାମାନେ ହେଲେ ଚଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଏବଂ ଚଗୁଲୁ ମୁଣ୍ଡା । ଏହି ଲୁଟେରାମାନେ ପୂର୍ବରୁ ଉଦଳା, କପ୍ତିପଦା ଅଂଚଳରେ ହୋଇଥିବା ବିଭିନ୍ନ ଘରୁ ଲୁଟ୍ ଘଟଣାରେ ସଂପୃକ୍ତ ରହିଥିବା ପୋଲିସ୍ କହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୁଟେରାଙ୍କ ବୟସ ୧୯ ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ପୂର୍ବରୁ ଅନେକ ଥର ଏମାନେ ଜେଲ୍‌ ବି ଯାଇଛନ୍ତି । ତେବେ ବାରମ୍ବାର ଗିରଫ ହେବା ପରେ ଏବେ ପୁଣି ଥରେ ଲୁଟ୍‌ କରୁଥିଲେ ଲୁଟେରା ।

(ଉଦଳାରୁ ମାନସ ପାଣି)