ନବୀନ ପଟ୍ଟନାୟକ ଦେଶର ୩ୟ ଧନୀ ମୁଖ୍ୟମନ୍ତ୍ରୀ । ନବୀନଙ୍କ ସଂପତ୍ତି ହେଲା ୬୩ କୋଟି ୮୭ ଲକ୍ଷ ଟଙ୍କା । ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ରେଡ୍ଡି । ଜଗନ ରେଡ୍ଡିଙ୍କ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।
୩ ମାସରେ ଲାଗୁ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ପାରିବାରିକ କଳହ କାରଣରୁ ୬ ମାସ ହେଲା ଠାକୁର ପ୍ରସାଦଙ୍କ ମାଆ ଶାଶୂଘର ଆଉ ପୁଅକୁ ଛାଡି ନିଜ ବାପା ଘରକୁ ଚାଲି ଯାଇଛନ୍ତି । ମାଆ ଚାଲିଯିବା ପରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଠାକୁରପ୍ରସାଦ । ତେଣୁ ମାଆଙ୍କୁ ଫେରାଇ ଆଣିବା ଲାଗି ଏମିତି ଦଣ୍ଡୁଆ ସାଜିଛନ୍ତି ଏଇ କୁନି ପୁଅ ।
ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏକ ମନ୍ଦିର ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟ(Orissa High Court ) ବିଜ୍ଞପ୍ତି ଜାରି କରିଛି। ଗ୍ରୁପ୍-ଡି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି।
ପରିବାର ପଚାରିଲାନି...ପରିଣତ ବୟସରେ ପର କରିଦେଲେ । ହେଲେ ଆପଣାର କରିନେଲା ବନ୍ଧୁ । ଖାଲି ଆପଣାର କଲା ତାହା ନୁହେଁ ବରଂ ଜୀବନ ଦାନ ବି ଦେଲା । ପୁରୀରୁ ଆସିଥିବା ଏଇ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଶ୍ରୀକ୍ଷେତ୍ରରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା ସଂପର୍କ କଥା ଯିଏ ଜାଣୁଛି ସିଏ ବି ସଲାମ କରୁଛି ।
ପ୍ରବଳ ଗ୍ରୀଷ୍ଣ ପ୍ରବାହ ପାଇଁ ଆଜିଠାରୁ ୧୬ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ୍କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି ।
ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ ।
ଦୁଇ ଦଳକୁ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । କିଏ ହେବେ ବିଜେପି ଯୋଦ୍ଧା, ଏଯାଏଁ ଦଳରେ ଅଙ୍କକଷା ସରୁନଥିବାରୁ ଚର୍ଚ୍ଚା ।
ନିଜ ସଂପର୍କୀୟ ଭାବି ରାଜସ୍ଥାନର ଜଣଙ୍କ ଶବର ଅନ୍ତିମ ସତ୍କାର । ଓଡ଼ିଶା ଆସି ଚିତାଭସ୍ମ ନେଇ ଫେରିଗଲେ ରାଜସ୍ଥାନର ପରିବାର ।
ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ ।
ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।
ଖୁବ କମ ଦିନରେ ‘ଅଳଙ୍କାର’ର ୟୁଟ୍ୟୁବ୍ ଚ୍ୟାନେଲ୍କୁ ୧୨୮k ସବ୍ସ୍କ୍ରାଇବର ମିଳିଛି। ଏହି ଖୁସିରେ ଟିମ୍ ସଦସ୍ୟମାନେ ଆଜି ଏହାକୁ ନେଇ ଏକ ସେଲିବ୍ରେସନ୍ କରିଛନ୍ତି।
ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ ।
ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିପାରିଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ମହିଳା ହିପ୍ ହପ୍ ଗ୍ରୁପ୍ 'ୱାଇଲ୍ଡ୍ ୱାଇଲ୍ଡ୍ ୱିମେନ୍'। ଏଥିରେ ଅଛନ୍ତି ୬ ଜଣ କଳାକାର। କେମିତି ଆରମ୍ଭ ହେଲା ଏହି ଗ୍ରୁପ୍ ଆସନ୍ତୁ ଜାଣିବା।
ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।
ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।
ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା