/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681209817.jpg)
archana nag
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ୍ ମାମଲା । ଅର୍ଚ୍ଚନା ନାଗ ଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି । ଏଥିସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ଲେଡି ବ୍ଲାକମେଲରଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ପରେ ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି।
ଅଧିକ ପଢ଼ନ୍ତୁ: ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?
ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ କୋର୍ଟରେ ହାଜର କରିଥିଲା ଇଡି (ED)। ଜଗବନ୍ଧୁଙ୍କୁ ମଧ୍ୟ ଇଡି ଅନେକ ପଚରାଉଚରା କରିଥିଲା । ହେଲେ ଗତ ମାର୍ଚ୍ଚମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଛି । ହେଲେ ଏଯାଏଁ ଜେଲରୁ ବାହାରି ପାରିବେନି ଜଗବନ୍ଧୁ ।
ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)