/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681225816.jpg)
Jharsuguda bypoll
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି । ସେପଟେ କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ଉଭୟ ଦଳରେ ଅସନ୍ତୋଷ ପ୍ରକାଶ ପାଇଲାଣି। ଏଣେ ବିଜେପି ରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚାହେଉଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ।...
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତୟାର ବିଜେଡି ଓ କଂଗ୍ରେସର ଯୋଦ୍ଧା । ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳ ଦାସ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିବଙ୍ଗତ ନେତା ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଦୀପାଳି ବନାମ୍ ତରୁଣ। ଅନୁକମ୍ପା ବନାମ୍ ଅନୁକମ୍ପା । ତିନିଥରର ବିଧାୟକ ଥିବା ନବ ଦାସଙ୍କର ଗତ ଜାନୁୟାରୀ ୨୯ରେ ଦେହାନ୍ତ ହୋଇଥିଲା।
ସେହିପରି କଂଗ୍ରେସର ତିନି ତନି ଥର ବିଧାୟକ ଥିବା ବୀରେନ୍ଦ୍ର ପାଣ୍ଡେଙ୍କର ମଧ୍ୟ ମାର୍ଚ୍ଚ ୧୯ରେ ପରଲୋକ ଘଟିଛି । ତେଣୁ ଉଭୟ ଦଳର ଭରସା ଅନୁକମ୍ପାମୂଳକ ଭୋଟ୍ ସେମାନଙ୍କ ସପକ୍ଷରେ ଯିବ।...ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ଝାରସୁଗୁଡ଼ାରେ ପଲିଟିକାଲ୍ ପାରା ସେତିକି ଚଢୁଛି । ବିଜେଡି ପାଦେ ଆଗକୁ ଯାଇ ଗ୍ରାଉଣ୍ଡ ୱାର୍କ ଆରମ୍ଭ କରିଛି । ଆଜି କୋଲାବିରାରେ ଦଳ କରିଛି କର୍ମୀ ସମ୍ମିଳନୀ ।
ସେପଟେ କିନ୍ତୁ ଉଭୟ ବିଜେଡି ଓ କଂଗ୍ରେସକୁ ଘାରିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । ଦୀପାଳି ପ୍ରାର୍ଥୀ ହେବା ପରେ ଲଇକେରା ବ୍ଲକର ପୂର୍ବତନ ବିଜେଡି ଉପସଭାପତି ତଥା ଜିଲ୍ଲାର ବିଜେଡି ସଂପାଦକ ସୁକାନ୍ତି ଜୟପୁରିଆ ଅସନ୍ତୋଷ ପ୍ରକାଶ କରିଥିଲେ । ସୁକାନ୍ତି ଏବେ ସାହସପୁର ପଂଚାୟତର ସରପଂଚ ଅଛନ୍ତି । ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ସେ ଆଶାୟୀ ଥିଲେ।
ହେଲେ ଦୀପାଳିଙ୍କୁ ଟିକଟ ମିଳିବା ପରେ ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ବିଭିନ୍ନ ପ୍ରକାର ବୈଠକ କରିଛନ୍ତି । ସେପଟେ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହେବା ପରେ ୨୦୧୯ର କଂଗ୍ରେସ ଟିକଟରେ ନିର୍ବାଚନ ଲଢିଥିବା ମହେନ୍ଦ୍ର ନାୟକ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି।...
ସେପଟେ ବିଜେପିରୁ ଟଙ୍କଧର ତ୍ରିପାଠୀ, ଦିନେଶ ଜୈନ, ତ୍ରିନାଥ ଗୋୟଲ୍ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି । ହେଲେ ରେସ୍ ରେ ଆଗାରେ ଅଛନ୍ତି ଟଙ୍କଧର । କିନ୍ତୁ ଅଙ୍କ ଛିଣ୍ଡୁ ନଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । ତେବେ ଦଳରେ କୌଣସି ଦ୍ୱନ୍ଦ୍ୱ ନଥିବା ସ୍ପଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଥିବା ଝାରସୁଗୁଡ଼ା ଆସନ ଲାଗି ମେ ୧୦ରେ ଭୋଟ୍ ଗ୍ରହଣ ହୋଇ ୧୩ରେ ଗଣତି ହେବ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)