ଦିନକୁ ଦିନ ରାଜ୍ୟ ଓ ରାଜ୍ୟ ବାହାରେ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼ l
ହାତକୁ ଲୁତୁପୁତୁ, ପାଟିକୁ ଭାରି ସୁଆଦିଆ ଆମ ଛେନାପୋଡ଼ କଥା । କାହିଁକି ନା ଆଜି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ ନାହିଁ ବରଂ ରାଜଧାନୀରେ ବେଶ୍ ଉଲ୍ଲାସର ସହ ପାଳନ ହୋଇଛି ଏହି ଦିବସ ।
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।
ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି ।
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼।
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି ।