• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟ(Orissa High Court ) ବିଜ୍ଞପ୍ତି ଜାରି କରିଛି। ଗ୍ରୁପ୍‌-ଡି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଏପ୍ରିଲ ୧୭ ତାରିଖରେ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ମେ’ ୧ ଆବେଦନର ଶେଷ ତାରିଖ ରହିଛି। 

ଖାଲି ପଡ଼ିଥିବା ପଦବୀ...

ଅଡର୍ଲି ଓ ଅଫିସ୍‌ ପିଅନ(Orderly And Office Peon)- ୩୪

କ୍ଲାସ୍‌-୪: ୪୪ ପଦବୀ

ମାଳି- ୧୦ ପଦବୀ

ମୋଟ୍‌- ୮୮ ପଦବୀ

ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଦକ୍ଷତା...

  • ଅଡର୍ଲି ଓ ଅଫିସ୍‌ ପିଅନ- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍‌ କରିଥିବା ଆବଶ୍ୟକ। ରୋଷେଇ, ସଫାସଫି, ହାଉସ୍‌କିପିଂ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ। 
  • କ୍ଲାସ୍‌-୪- ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍‌ କରିଥିବା ଜରୁରୀ। ଏହି ପଦବୀ ପାଇଁ ମଧ୍ୟ ଇଚ୍ଛୁକ ପ୍ରାର୍ଥୀ ରୋଷେଇ, ସଫାସଫି, ହାଉସ୍‌କିପିଂ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ। 
  • ମାଳି- ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍‌ କରିଥିବା ଜରୁରୀ। ଗାର୍ଡେନିଂରେ ଯଥେଷ୍ଟ ଜ୍ଞାନ ଥିବା ଜରୁରୀ। 

ଦରମା...

Pay Band- ୪,୭୫୦ ଟଙ୍କା- ୧୪,୬୮୦- ଗ୍ରେଡ୍‌ ପେ’- ୧,୭୦୦ ଟଙ୍କା। ପ୍ରଥମ ବର୍ଷରେ - ୧୨,୧୦୦, ଦ୍ୱିତୀୟ ବର୍ଷରେ- ୧୨,୭୦୦, ତୃତୀୟ ବର୍ଷରେ- ୧୩,୩୦୦, ଚତୁର୍ଥ ବର୍ଷ- ୧୪,୦୦୦ ଟଙ୍କା

ଆବେଦନ ଫି’-  ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ୩୦୦ ଟଙ୍କା ଦେଇ ଆବେଦନ କରିପାରିବେ। SC/ST ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ।

କେମିତି କରିବେ ଆବେଦନ...

ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଓଡ଼ିଶା ହାଇକୋର୍ଟ ୱେବ୍‌ସାଇଟ୍‌- www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- Orissa High Court Group D recruitment 2023