• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିରାଟ ବିରାଟ ଚୁଲି...ହୁତୁହୁତୁ ହୋଇ ଜଳୁଛି । ଡିସ୍‌ କଡ଼ା ଦେଖିବା ପରେ ଜଣାପଡ଼ିଯିବ କି ଶହଶହ ଲୋକଙ୍କ ପାଇଁ ରୋଷେଇ ହେଉଛି ।  ଚୁଲି ଦେଖିବା ପରେ ଯିଏ ନାହିଁ ସିଏ କହିବେ କି ଏତେ ରୋଷେଇ ହେଉଛି, କାଠ ସବୁ ଜଳୁଛି । ମେଞ୍ଚାଏ ମେଞ୍ଚାଏ ପାଉଁଶ ବି ବାହାରୁଥିବ । ଯଦି ଏଣେ ତେଣେ ପକାଯାଉଥିବ ତେବେ ପ୍ରଦୂଷଣ ବି ବଢୁଥିବ । ହେଲେ ସେ ପାଉଁଶ ସବୁ କିଏ ପକାଉଛି ଓ କେଉଁଠି ପକାଉଛି? କିନ୍ତୁ ଆଶ୍ଟର୍ଯ୍ୟକର କଥା ହେଲା ପାଉଁଶ କିନ୍ତୁ ବାହାରୁନି ।  କାହିଁକିନା ଏମିତି ଚମତ୍କାରୀ ଘଟଣା ଘଟିଛି କଟକ ତିଗିରିଆ ଗଦାଧରପୁର ଗାଁରେ ।

ଭଗବାନଙ୍କ ଆଶୀର୍ବାଦ ହେଉ କି ବିଶ୍ୱାସ ହେଉ । କଟକ ଆଠଗଡ଼ ଗଦାଧରପୁରର ଅଲୌକିକ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସେଇଠି ଯେଉଁ ଚୁଲି ଜଳୁଛି ସେଠାରୁ କୌଣସି ପରିସ୍ଥିତିରେ ବି ପାଉଁଶ ବାହାରୁନି । ଆଉ ଏହା ପଛରେ ଯେଉଁ କାରଣ ରହିଛି ତାହା ଜାଣିଲେ ଆପଣ ବି କହିବେ ଇଏ କେବଳ ଭଗବାନଙ୍କର ଲୀଳା ।

ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏଇ ମନ୍ଦିରକୁ ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।

ପ୍ରତିବର୍ଷ ଶ୍ରୀରାମ ନବମୀରୁ କଳଶ ପୂଜା କରିବା ପରେ ଶହଶହ ବ୍ରତଧାରୀ ଏହି ମନ୍ଦିରରେ ରହି ପ୍ରସାଦ ସେବନ କରିବା ସହିତ ରାମଳୀଲା ପରିବେଷଣ କରନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ୫୦ ବର୍ଷ ହେଲାଣି ଚୁଲିରୁ ପାଉଁଶ ବାହାରୁନି । କେବଳ ଏହି ଘଟଣା ନୁହେଁ.. ଏଠାରେ ମାନସିକ ରଖି ଗୁଆ ବସାଇଲେ ମାନସିକ ପୂର୍ଣ୍ଣ ହେଉଥିବା ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ।

ପ୍ରତିବର୍ଷ ରାମ ନବମୀଠାରୁ ୯ ଦିନ ପର୍ଯ୍ୟନ୍ତ ଏଇଠି ଚାଲେ ବିରାଟ ପୂଜାଯଜ୍ଞ । ଶହଶହ ଶ୍ରଦ୍ଧାଳୁ ଏଠାରେ ଆସି ବ୍ରତ କରିବା ସହିତ ପ୍ରଭୁଙ୍କର ଭଜନ କୀର୍ତ୍ତନ କରନ୍ତି । ତେବେ ୫୦ ବର୍ଷ ହେଲାଣି ଚୁଲି ଜଳୁଛି ହେଲେ ପାଉଁଶ ନବାହାରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

 

  • Reported by:
  • NILAKANTHA DORA