Advertisment

ସି-ସୋର୍‌ ଚିଟ୍‌ଫଣ୍ତ ମାମଲା: ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।

author-image
Manoranjan Behera
ଅଦ୍ୟତନ ହୋଇଛି
Pravat Biswal

Pravat Biswal

ଚିଟ୍‌ଫଣ୍ତ କଂପାନୀ ସି-ସୋର ସହ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକ ଭିତରେ ବିଚାର ପ୍ରକ୍ରିୟା ଶେଷ କରିବାକୁ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସିବିଆଇ ଚାର୍ଜସିଟରୁ ନାଁ ବାଦ୍ ଓ ଏତଲା ରଦ୍ଦ ପାଇଁ ହାଇକୋର୍ଟ ଆସିଥିଲେ ପ୍ରଭାତ ବିଶ୍ୱାଳ। 

Advertisment

ସି-ସୋର ସହ ଆର୍ଥିକ କାରବାର ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୨୦୧୭ ମସିହା ସେପ୍ଟେମ୍ବରରେ ଗିରଫ କରିଥିଲା ସିବିଆଇ । ସି-ସୋରକୁ ପ୍ରମୋଟ କରିବାକୁ ତଥା ପ୍ରଭାତ ଏହି ସଂସ୍ଥା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଭାତ ପରେ ଜମିନ୍ ପାଇଥିଲେ। ଏବେବି ସେ ଜାମିନ୍‌ରେ ଅଛନ୍ତି। ତେବେ ଏହି ମାମଲା ତାଙ୍କ ରାଜନୀତି ଜୀବନରେ ଏକ ବିରାଟ ଫରକ ପକାଇଛି। ସେପଟେ ମାମଲା ବିଚାର ଦୀର୍ଘଦିନ ଚାଲିଥିବା ଦର୍ଶାଇ ସେ ମାମଲାରୁ ଖସିବାକୁ ହାଇକୋର୍ଟ ଯାଇଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Former MLA Pravat Biswal Chitfund Case
Advertisment
Advertisment