/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742285683.jpg)
Sunny Deol film ghatak to re release in this day
ବଲିଉଡ୍ରେ ଏବେ ଚାଲିଛି ରି-ରିଲିଜ୍ ଟ୍ରେଣ୍ଡ୍। ୮୦-୯୦ ଦଶକର ଫିଲ୍ମ ପୁଣି ରିଲିଜ୍ ହେଉଛି। ଖାଲି ରିଲିଜ୍ ହେଉନି, ଲୋକେ ମଧ୍ୟ ଏହାକୁ ଦେଖୁଛନ୍ତି ଆଉ ଫିଲ୍ମ ମଧ୍ୟ ଭଲ ରୋଜଗାର କରୁଛି। ଏହି ଧାରାରେ ପୂର୍ବରୁ ସଲମାନ୍ ଖାନ୍, ଶାହରୁଖ୍ ଖାନ୍ଙ୍କ ଫିଲ୍ମ ରିଲିଜ୍ ହୋଇସାରିଛି। ଏହି ଧାରା ଆଗକୁ ମଧ୍ୟ ଚାଲିବ।
ବର୍ତ୍ତମାନ ଏହି ଧାରାରେ ଏମିତି ଏକ ଫିଲ୍ମ ସାମିଲ୍ ହୋଇଛି ଯାହା ସବୁ ଫିଲ୍ମ ପ୍ରେମୀଙ୍କ ମନରେ ଉତ୍ସାହ ଭରିଦେବେ। ଲୋକେ ପୁଣି ସେ ଅଢେଇ କିଲିଆ ହାତର ମାଡ ଦେଖିବେ। ମାର୍ଚ୍ଚ ୨୧ ରେ ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଘାତକ୍’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ଅଧିକ ପଢ଼ନ୍ତୁ: ପ୍ରଥମ ପତ୍ନୀଙ୍କୁ ଧୋକା ଦେଇ ଉଦିତ ନାରାୟଣ ଲୁଚି ଲୁଚି କରିଥିଲେ ଦ୍ୱିତୀୟ ବିବାହ; ଏମିତି ପଡିଲେ ଧରା...
ସୋମବାର ‘ରେଡ ଲୋରୀ ଫିଲ୍ମ ଫେଷ୍ଟିଭାଲ’ର ଅଫିସିଆଲ ଇନଷ୍ଟାଗ୍ରାମ ପେଜ୍ରେ ଏହି ଖବର ଶେୟାର ହୋଇଛି। ଏଥିରେ ଲେଖାହୋଇଛି, "ଏକ କଲ୍ଟ କ୍ଲାସିକ୍ ପ୍ରତ୍ୟାବର୍ତ୍ତନ ପାଇଁ ନିଜକୁ ପ୍ରସ୍ତୁର କରନ୍ତୁ! ‘ଘାତକ’ ପୁଣିଥରେ ରେଡ୍ ଲୋରୀ ଚଳଚ୍ଚିତ୍ର ମହୋତ୍ସବରେ ବଡ ପରଦାରେ ଆସୁଛି। ୨୧ ମାର୍ଚ୍ଚ ୨୦୨୫ରେ ବଡ ପରଦାରେ ଆକ୍ସନର ମଜା ନିଅନ୍ତୁ!”
୧୯୯୬ ରେ ଦିପାବଳୀ ସମୟରେ ପରଦାରେ ଆସିଥିବା ସନ୍ନି ଦେଓଲଙ୍କ ଲୋକପ୍ରିୟ ଆକ୍ସନ୍ ଫିଲ୍ମ ‘ଘାତକ’ ଗତ ବର୍ଷ ରିଲିଜ୍ ହେବାର ୨୮ ବର୍ଷ ପୂରଣ କରିଥିଲା। ଏହି ଆକ୍ସନ୍ ଫିଲ୍ମକୁ ଏହାର ଉଜ୍ଜ୍ୱଳ କାହାଣୀ, ଦମଦାର ଅଭିନୟ ଏବଂ ସ୍ମରଣୀୟ ସଂଳାପ ପାଇଁ ଖୁବ୍ ପ୍ରଶଂସା କରାଯାଇଥିଲା।
ଏହି ବିଶେଷ ଦିନର ମଜା ନେବା ପାଇଁ ‘ଗଦର’ ଅଭିନେତା ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ନଷ୍ଟାଲଜିକ୍ ଭିଡିଓ ଶେୟାର କରି ଫିଲ୍ମର କିଛି ସର୍ବୋତ୍ତମ ଦୃଶ୍ୟ ଏବଂ ସଂଳାପ ପ୍ରଦର୍ଶନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଜଣେ ଭୟଙ୍କର ଅପରାଧୀ କାଶୀ ନାଥ ଭୂମିକାରେ ଅଭିନୟ କରିଥିବା ସନ୍ନି ଭେଟେରାନ ଅଭିନେତା ଅମରୀଶ ପୁରୀଙ୍କୁ ମଧ୍ୟ ମନେ ପକାଇଥିଲେ।
ଭିଡିଓ ସହିତ ସନ୍ନି ଲେଖିଛନ୍ତି, "# ଘାତକକୁ ୨୮ ବର୍ଷ! ୧୯୯୬ ରେ ମୋର ଦିପାବଳି ରିଲିଜ୍!"
ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଡାନି ଡେଞ୍ଜୋଗପା ଏବଂ ମୀନାକ୍ଷୀ ଶେଷାଦ୍ରି ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ୧୯୯୬ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା। ବର୍ତ୍ତମାନ ସନ୍ନି ଦେଓଲଙ୍କ ଲାହୋର ୧୯୪୭, ଜାଟ୍, ବର୍ଡର-୨ ଲାଇନ୍ରେ ଅଛି ଏବଂ ଖୁବ୍ ଶୀଘ୍ର ଦର୍ଶକଙ୍କ ସାମ୍ନାରେ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)