• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କ ମନ୍ତବ୍ୟ ଉପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ରମାଦେବୀ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ଷା ତାଙ୍କ ପାରିବାରିକ ଜୀବନରେ ଆସିଥିବା ଝଡ଼ ସମ୍ପର୍କରେ ଅବତାରଣା କରିଥିଲେ । ସେ ପୀଡ଼ିତା ଓ ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା କହିଥିଲେ ।

ବର୍ଷା ତାଙ୍କ ଭାଷଣରେ କୌଣସି ସ୍ଥାନରେ ଅନୁଭବଙ୍କ ନାଁ ଉଲ୍ଲେଖ କରିନଥିଲେ । କିନ୍ତୁ ସାଂସଦ ଅନୁଭବ ମହାନ୍ତି, ଆଜି ଟ୍ୱିଟ୍ ଯୋଗେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି ଯଦି ଅପପ୍ରଚାର ହେଉଛି, ତେବେ ତାହା ବିରୋଧରେ ଆପଣ ନିହାତି ମୁହଁ ଖୋଲିବା ଦରକାର । ଏଥିପାଇଁ କିଛି ସରକାରୀ ଦସ୍ତାବିଜ୍ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ବର୍ଷାଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି ।

ସେପଟେ ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।

ସଶକ୍ତିକରଣ ବାର୍ତ୍ତା ଦେଉଥିବା ଏବଂ ଜୀବନରେ ଏକାକୀ ଆଗକୁ ଯିବାକୁ ପ୍ରେରଣା ଦେଉଥିବା ଜଣେ ମହିଳା ବାସ୍ତବ ଜୀବନରେ ତାଙ୍କ ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା ସଜାଇ ପାରନ୍ତି, ସେ କଥା ଲେଖିଥିଲେ । ତେବେ କାଲି ପର୍ଯ୍ୟନ୍ତ ଏ ଘଟଣାରେ କେହି କାହାର ନାଁ ନେଇନଥିଲେ ବି ଆଜି ଅନୁଭବ ସିଧାସଳଖ ବର୍ଷାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିବା ପରେ ଏ ବିବାଦ ତେଜିବାରେ ଲାଗିଛି ।