• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ । ଏଡିଆର୍ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହା ସହିତ ତାଙ୍କ ନାଁରେ କୌଣସି କ୍ରିମିନାଲ କେସ୍ ନାହିଁ । ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଆନ୍ଧ୍ରର ଜଗନ ମୋହନ ରେଡ୍ଡି । ତାଙ୍କର ମୋଟ ସଂପତ୍ତି ହେଲା ୫୧୦ କୋଟି ୩୮ ଲକ୍ଷ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ତାଙ୍କର ସଂପତ୍ତି ହେଲା ୧୬୩ କୋଟି ୫୦ ଲକ୍ଷ । 

ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ । ତାଙ୍କର ମୋଟ ସଂପତ୍ତି ହେଲା ୧୫  ଲକ୍ଷ । ଏଡିଆର୍ ରିପୋର୍ଟ ଅନୁସାରେ ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ଅଛି ସର୍ବାଧିକ ମାମଲା । ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି କ୍ରିମିନାଲ କେସ୍ ନାହିଁ ।

କିଛିଦିନ ତଳର ଏଡିଆର୍‌ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି । ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।

 

ବିସ୍ତୃତ ରିପୋର୍ଟ ଅନୁସାରେ ସମସ୍ତ ଆଞ୍ଚଳିକ ଦଳମାନଙ୍କର ମୋଟ ଆୟ ୧୨୧୩. ୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । ୨୦୨୧ ମସିହାରେ ଦଳ ଇଲେକ୍ସନ କ୍ୟାମ୍ପେନ ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି । ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି । ସବୁଠାରୁ ବଡ଼ କଥା ହେଲା ମୋଟ୍ ଆୟରୁ ୨୯୧ କୋଟି ଅର୍ଥାତ୍ ୯୪ ପ୍ରତିଶତ ଅର୍ଥ ଦାନ, ଅନୁଦାନ ଜରିଆରେ ଆସିଛି । ଏମିତିକି କୋଭିଡ୍ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗିନଥିଲା ।

ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ କହିଥିଲେ । ୩୧୮. ୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଥିବାବେଳେ ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି ।