ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।
5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।
ଛତିଶଗଡ ଝିଅ, ଓଡ଼ିଶା ବୋହୂ । ପ୍ରେମ ବିବାହ ପରେ ଓଡ଼ିଶାରେ ରହିଲେ । ଜନ୍ମରୁ ଦିବ୍ୟାଙ୍ଗ..ଚଲାବୁଲା ତାଙ୍କ ପକ୍ଷରେ କଷ୍ଟ । ଏମିତି ପରିସ୍ଥିତିରେ ବି ଭତ୍ତା ମିଳୁନି କି ଘର ଖଣ୍ଡିଏ ମିଳୁନି । ବ୍ଲକ୍ ପ୍ରଶାସନ କହୁଛନ୍ତି ଖୁବଶୀଘ୍ର ମିଳିବ ସହାୟତା
ବିଡ଼ା ବିଡ଼ା ହୋଇ ଥୁଆହେଇଛି ପାଞ୍ଚଶହ ଟଙ୍କିଆ ନୋଟ୍ । ଜବତ ହୋଇଛି ବନ୍ଧୁକ ଓ ସୁନା ଅଳଙ୍କାର । ରାଜଧାନୀରେ ନିଜକୁ ସିବିଆଇ ଅଧିକାରୀ କହି କଳାକନା ବୁଲାଇଥିବା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ଆଜିଠୁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟରରେ ଆରମ୍ଭ ହୋଇଛି ଡେଙ୍ଗୁ ନମୁନା ପରୀକ୍ଷା । ଏହାସହ ଟେଷ୍ଟିଂ ସମୟକୁ ବି ବଢ଼ାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ରୋଗୀଙ୍କ ନମୁନା ସଂଗ୍ରହ ହେଉଥିବା ବେଳେ ଏବେ ସକାଳ ୮ଟାରୁ ଅପରାହଣ ୫ଟା ଯାଏଁ ନମୁନା ସଂଗ୍ରହ କରାଯିବ ।
ଗତ ୨୫ ତାରିଖ ଦିନ ସକାଳେ ଏନେଇ ଯୁବତୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସାଇବାର ଥାନା ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ।
ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ ।
ଆଖି ସାମ୍ନାରେ ଚାଲିଗଲେ ସ୍ତ୍ରୀ ଆଉ ପୁଅ । ଝିଅ ବାହାଘର ପରେ ଘର ବି ଭାଙ୍ଗିଗଲା । ମୁଣ୍ଡ ଗୁଞ୍ଜିବାକୁ ଅଙ୍ଗନୱାଡି କେନ୍ଦ୍ରକୁ ଆଶ୍ରା କରିଥିଲେ ହେଲେ ସେଠାରୁ ବି ତଡି ଦେଲେ । ନିରାଶ୍ରୟ ହୋଇ ମଶାଣୀରେ ରହୁଛନ୍ତି ଭଗବାନ । ନାଳରୁ ପାଣି ପିଉଛନ୍ତି, ଯିଏ ଯାହା ଦେଲା ତାକୁ ଖାଉଛନ୍ତି
ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?
ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।
ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର
କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।
ପଦକ୍ଷେପ ତ ଦୂରର କଥା ପିଲାଙ୍କୁ ଦିଆଯାଉନି ଯାତାୟତ ଖର୍ଚ୍ଚ ।
କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର ।
5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।
ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।
ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।
ଘଟଣାଟି ଗତ ୨୩ ତାରିଖର ବୋଲି କୁହାଯାଉଛି।
ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
ଆଜକୁ ୧୨ ବର୍ଷ ତଳେ ଭିଟାମାଟି ଓ ଚାଷ ଜମି ଛାଡ଼ି ପଳାଇଥିଲେ । ହେଲେ ଆଜିଯାଏଁ ସେମାନଙ୍କୁ ପ୍ରଶାସନ ଘର ଖଣ୍ଡିଏ ଦେଲା ନାହିଁ କି ସହୟତା କଲାନି । ଢୋ ଢୋ ବର୍ଷାରେ ଟ୍ରେନ୍ ଲାଇନ୍ କଡରେ ଏମିତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ
ଚାକୁଣ୍ଡା ଗଛ ସାଜିଛି ସାହାଭରସା । ଏହାରି ତଳେ ଆଦର୍ଶ ବିଦ୍ୟାଳୟର ୮୦ ପିଲା ବସି ପଢୁଛନ୍ତି ପାଠ । ୨ ବର୍ଷ ହେଲାଣି ନୂଆ ଘର କାମ ହେଉଛି ଯେ ସରିବାର ନା ଧରୁନି । ପୁଣି ଯେଉଁ ସ୍କୁଲରେ ପାଠ ପଢା ହେଉଛି ବସିବାର ସୁବିଧା ନଥିବାରୁ ଚେତା ହରାଉଛନ୍ତି ପିଲା
ମନ୍ଦିର ଗର୍ଭଗୃହରୁ ବାହାରୁଥିଲା ପାଣି । ଏବେ ମନ୍ଦିରରେ ପହଞ୍ଚିଲା ASI ଟିମ୍...ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ । ଖୁବଶୀଘ୍ର ଆରମ୍ଭ ହେବ କାମ...ଚମକିବ ମହାଦେବଙ୍କ ମନ୍ଦିର